Advertisment

ପୁଣି ଟ୍ରେନ୍‌ ଦୁର୍ଘଟଣା, ଲାଇନ୍‌ଚ୍ୟୁତ ହେଲା ସୋମନାଥ ଏକ୍ସପ୍ରେସ୍‌

ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି।

Train Accident

Train Accident

Advertisment

ପୁଣି ଟ୍ରେନ୍‌ ଦୁର୍ଘଟଣା। ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ୍‌। ମଧ୍ୟପ୍ରଦେଶର ଜବଲପୁରରେ ସୋମନାଥ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ଦୁଇଟି ବଗି ଡିରେଲ୍‌ ହୋଇଥିବା ସୂଚନା ମିଳିଛି।

Advertisment

ପଶ୍ଚିମ କେନ୍ଦ୍ରୀୟ ରେଳବାଇର ସିପିଆରଓ ହର୍ଷିତ ଶ୍ରୀବାସ୍ତବଙ୍କ କହିବା ମୁତାବକ, ଟ୍ରେନ୍‌ଟି ଇନ୍ଦୋରରୁ ଆସୁଥିଲା। ଆଜି ଭୋରୁ ଜବଲପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୬ ଆଡକୁ ଯିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଷ୍ଟେସନଠାରୁ ପ୍ରାୟ ୧୫୦ ମିଟର ଦୂରରେ ଏହି ଘଟଣା ଘଟିଥିଲା।

ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ରେଳବାଇ ଅଧିକାରୀ ଓ ଉଦ୍ଧାରକରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି। ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକୁ ରେଳ ଟ୍ରାକ୍‌ରୁ ହଟାଇବା କାମ ଜାରି ରହିଛି। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଜାରି ରହିଛି।

Advertisment

Train Accident Somnath Express Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe