Advertisment

ଆଇଇଡି ବ୍ଲାଷ୍ଟ, ୨ CRPF ଯବାନ ଆହତ

ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି।

ଅଦ୍ୟତନ ହୋଇଛି
crpf jawan IED blast

crpf jawan IED blast

Advertisment

ଛତିଶଗଡ଼ ଦାନ୍ତେୱାଡାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ। ଏଥିରେ ଦୁଇ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଛତିଶଗଡ଼ ଦାନ୍ତେଓ୍ୱାଡା ଜିଲ୍ଲାରେ ବ୍ୟାନର୍‌ ହଟାଇବା ବେଳେ ଆଇଇଡି ବିସ୍ଫୋରଣ ହୋଇଛି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦାନ୍ତେୱାଡା ପୁଲିସର ସୂଚନା ମୁତାବ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

Advertisment

ପିଏଲ୍‌ଜିଏ ସପ୍ତାହ ଚାଲିଥିବା ବେଳେ ସାତଧାର ଅଞ୍ଚଳକୁ ପୋଷ୍ଟର ହଟାଇବା ପାଇଁ ଯବାନମାନେ ଯାଇଥିଲେ। ସିଆର୍‌ପିଏଫ୍‌ର ଯବାନମାନେ ବାରସୁର ଥାନା ଅଞ୍ଚଳରେ ପିଏଲ୍‌ଜିଏ ସପ୍ତାହ ସମୟରେ ବ୍ୟାନର୍‌ ପୋଷ୍ଟର ହଟାଇବାକୁ ଯାଇଥିଲେ। ସାତଧାରା ଅଞ୍ଚଳରେ ବ୍ରିଜ୍‌ ନିକଟରେ ଲାଗିଥିବା ଏକ ପୋଷ୍ଟରକୁ ହଟାଇବା ବେଳେ ନକ୍ସଲମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି।

ଶୁକ୍ରବାର ଦିନ ନକ୍ସଲମାନେ କାଙ୍କେର ଜିଲ୍ଲାର ଛୋଟା ବେଥିଆ ପୁଲିସ୍ ଷ୍ଟେସନ ଅଞ୍ଚଳରେ ଜୋରଦାର ଉତ୍ପାତ ମଚାଇଥିଲେ। ନକ୍ସଲମାନେ କାନ୍ଦାଡି ଗାଁର ଉପ-ସରପଞ୍ଚଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଥିଲେ। ସେମାନେ ଉପ-ସରପଞ୍ଚ ରାମସୁ କାଚାଲାମିଙ୍କୁ ପୁଲିସ୍ ସୂଚନାଦାତା ଅଭିଯୋଗରେ ହତ୍ୟା କରିଥିଲେ। ହତ୍ୟା ପୂର୍ବରୁ ନକ୍ସଲମାନେ ଏକ ସର୍ବସାଧାରଣ କୋର୍ଟର ଆୟୋଜନ କରିଥିଲେ ଏବଂ ଏହି ସମୟରେ ଉପ- ସରପଞ୍ଚଙ୍କୁ ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ, PV 62 ରେ ଥିବା ମୋବାଇଲ୍ ଟାୱାରରେ ମଧ୍ୟ ନକ୍ସଲମାନେ ନିଆଁ ଲଗାଇ ଦେଇଥିଲେ।

Advertisment
Chhattisgarh IED Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe