Advertisment

ମଣିପୁରରେ ପୁଣି ହିଂସା; ୨ ଯବାନ ଶହୀଦ

କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଦୁଇ ଯବାନ ସହୀଦ ହୋଇଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Firing

Firing

ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ଫୁଟିଛି ଗୁଳି। କେନ୍ଦ୍ରୀୟ ରିଜର୍ଭ ଫୋର୍ସ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି କୁକୀ ସମ୍ପ୍ରଦାୟ ଲୋକ । କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନଙ୍କ ଉପରକୁ ହୋଇଛି ଅତର୍କିତ ଆକ୍ରମଣ । ଏଥିରେ ଦୁଇ ଯବାନ ଶହୀଦ ହୋଇଥିବା ଜଣାଯାଇଛି। ଏପରି ସାଂଘାତିକ ଘଟଣା ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରଣସେନାରେ ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ଚାଳନା ହୋଇଥିବା ଜଣାଯାଇଛି। ଗତ ରାତିରେ କୁକୀ ସମ୍ପ୍ରଦାୟର କିଛି ଲୋକ ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ସବ- ଇନ୍ସପେକ୍ଟର ଘଟଣାସ୍ଥଳରେ ଶହୀଦ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ।

ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ହେଡ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି।  ଶହୀଦ ହୋଇଥିବା ଦୁଇ ଯବାନ CRPFର ୧୨୮ ବାଟାଲିୟନର ବୋଲି ଜଣାଯାଇଛି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।  

Advertisment

ସୂଚନାଯୋଗ୍ୟ, ଗତ ବର୍ଷ ମେ' ମାସରୁ ମଣିପୁରରେ ଅଶାନ୍ତି ଲାଗି ରହିଛି। ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ପାଖାପାଖି ୧୮୦ରୁ ଅଧିକ ସାଧାରଣ ଲୋକ ପ୍ରାଣ ହରାଇ ସାରିଲେଣି। ଏଥିସହ ୫୦ ହଜାରରୁ ଅଧିକ ଲୋକେ ବାସହରା ହୋଇ ସାରିଲେଣି।  ତଥାପି ହିଂସା ଥମିବା ନାଁ ଧରୁନି। 

Firing Manipur