Advertisment

ଏମର୍ଜେନ୍‌ସୀ ବ୍ରେକ୍‌ ଯୋଗୁ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ଲାଗିଲା ବଡ଼ ଝଟକା, ୨ ଯାତ୍ରୀଙ୍କ ମୃତ୍ୟୁ

ଏକ ଓଭର ହେଡ୍‌ ବିଦ୍ୟୁତ୍ ତାର ଛିଡ଼ି ଯିବାରୁ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ୍ ଏମର୍ଜେନ୍‌ସୀ ବ୍ରେକ୍ ପ୍ରୟୋଗ କରିଥିଲେ।

author-image
Jitendra Garnayak
Train

Train

ଦିଲ୍ଲୀ ଅଭିମୁଖେ ଯାଉଥିବା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଏମର୍ଜେନ୍‌ସୀ ବ୍ରେକ୍ ପ୍ରୟୋଗ କରିବାରୁ ଏହାର ଝଟକାରେ ପଡ଼ି ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଗତକାଲି ଝାରଖଣ୍ଡର କୋଡରମା ଓ ଗୋମୋ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ପ୍ରସାଦବାଦରେ ଘଟିଛି ଏହି ଘଟଣା।

Advertisment

ଏକ ଓଭର ହେଡ୍‌ ବିଦ୍ୟୁତ୍ ତାର ଛିଡ଼ି ଯିବାରୁ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ୍ ଏମର୍ଜେନ୍‌ସୀ ବ୍ରେକ୍ ପ୍ରୟୋଗ କରିଥିଲେ। ଟ୍ରେନ୍‌କୁ ଅଟକାଇବାକୁ ସେ ଏମର୍ଜେନ୍‌ସୀ ବ୍ରେକ୍ ଲଗାଇଥିଲେ। ତେବେ ଏମର୍ଜେନ୍‌ସୀ ବ୍ରେକ୍‌ର ପ୍ରୟୋଗ ଯୋଗୁ ଟ୍ରେନ୍‌କୁ ବଡ଼ ଝଟକା ଲାଗିଥିଲା। ଆଉ ଏହି ଝଟକା ପ୍ରଭାବରେ ପଡ଼ି ଦୁଇ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ଘଟିବା ବେଳେ ପୁରୀ-ନୂଆଦିଲ୍ଲୀ ଏକ୍ସପ୍ରେସର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର ଥିଲା।

ଧାନବାଦ ରେଳ ଡିଭିଜନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେହେତୁ ହଠାତ୍ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଗଲା, ତେଣୁ ଏମର୍ଜେନ୍‌ସୀ ବ୍ରେକ୍ ଲଗାଇବାକୁ ପଡ଼ିଲା। ଆଉ ଏଥିଯୋଗୁ ହୋଇଥିବା ଝଟକାରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

Advertisment

ଦୁର୍ଘଟଣା ଘଟିବା ପରେ ଟ୍ରେନ୍‌କୁ ଏକ ଡିଜେଲ ଇଞ୍ଜିନ ସହାୟତାରେ ଗୋମୋ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ ଏକ ବିଦ୍ୟୁତ୍ ଚାଳିତ ଇଞ୍ଚିନ ଜରିଆରେ ଏହାକୁ ପୁଣି ଦିଲ୍ଲୀ ଅଭିମୁଖେ ପଠାଯାଇଥିଲା। ଏସବୁ ପାଇଁ ୪ ଘଣ୍ଟା ଲାଗିଯାଇଥିଲା।

Accident Train Accident