Advertisment

ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ଝଟ୍‌କା, ଦଳ ଛାଡିଲେ ଆଉ ଦୁଇ ନେତା

ଅରବିନ୍ଦ ସିଂହ ଲଭଲିଙ୍କ ପରେ ଏବେ ଦିଲ୍ଲୀର ଦୁଇ ଲୋକସଭା ଆସନର ପର୍ଯ୍ୟବେକ୍ଷକ ନୀରଜ ବାସୋୟା ଏବଂ ନସିବ ସିଂହ ଦଳରୁ ଇସ୍ତଫା ଦେଇଛନ୍ତି।

naseeb-singh-and-neeraj-basoya

naseeb-singh-and-neeraj-basoya

Advertisment

ଆସନ୍ତା ମେ' ୨୫ ତାରିଖରେ ଦିଲ୍ଲୀର ସମସ୍ତ ୭ଟି ଆସନରେ ନିର୍ବାଚନ ହେବ। ତେବେ ଏହା ପୂର୍ବରୁ କଂଗ୍ରେସକୁ ପୁଣି ଝଟ୍‌କା ଲାଗିଛି। ଦିଲ୍ଲୀ କଂଗ୍ରେସରେ ଜାରି ରହିଛି କନ୍ଦଳ। ଜଣ ଜଣ କରି ଅସନ୍ତୋଷ ନେତା ଦଳ ଛାଡୁଛନ୍ତି। ଅରବିନ୍ଦ ସିଂହ ଲଭଲିଙ୍କ ପରେ ଏବେ ଦିଲ୍ଲୀର ଦୁଇ ଲୋକସଭା ଆସନର ପର୍ଯ୍ୟବେକ୍ଷକ ନୀରଜ ବାସୋୟା ଏବଂ ନସିବ ସିଂହ ଦଳରୁ ଇସ୍ତଫା ଦେଇଛନ୍ତି।

Advertisment

ଏହି ଦୁଇ ନେତା ଦଳ ଛାଡିବା ପଛରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟିର ମିଳି ମେଣ୍ଟକୁ ଦାୟୀ କରିଛନ୍ତି। ଏନେଇ ଉଭୟ ପୃଥକ ଭାବେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଜଣାଇଛନ୍ତି।

ପୂର୍ବତନ ବିଧାୟକ ତଥା ପଶ୍ଚିମ ଦିଲ୍ଲୀ ସଂସଦୀୟ ଆସନର ଦଳର ପର୍ଯ୍ୟବେକ୍ଷକ ନୀରଜ ବାସୋୟା କହିଛନ୍ତି, 'ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସହ ଦଳର ମେଣ୍ଟ ମୋତେ ବ୍ୟଥିତ ହୋଇ ମୁଁ ଆପଣଙ୍କୁ ଏହି ଚିଠି ପଠାଉଛି। ଏହି ମେଣ୍ଟ ଯୋଗୁ ଦିଲ୍ଲୀର କଂଗ୍ରେସ କର୍ମୀମାନଙ୍କୁ ଦୈନିକ ଆଧାରରେ ଅପମାନିତ କରୁଛି। ଏଥିପାଇଁ ଜଣେ ସ୍ୱାଭିମାନୀ ନେତା ରୂପେ ମୁଁ ଆଉ ଦଳ ସହ ଜଡିତ ହୋଇ ରହିପାରିବି ନାହିଁ।'

Advertisment

ସେହିପରି ଦେବେନ୍ଦ୍ର ଯାଦବଙ୍କୁ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଭାବେ ନିଯୁକ୍ତିକୁ ନେଇ ପୂର୍ବତନ ବିଧାୟକ ତଥା ଦଳର ପର୍ଯ୍ୟବେକ୍ଷକ ନସିବ ସିଂହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହାପୂର୍ବରୁ ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସର ମେଣ୍ଟକୁ ବିରୋଧ କରି ବରିଷ୍ଠ କଂଗ୍ରେସ ନେତା ତଥା ଦିଲ୍ଲୀ ମୁଖ୍ୟ ଅରବିନ୍ଦ ସିଂହ ଲଭଲି ଇସ୍ତଫା ଦେଇଥିଲେ। ଏଥିସହ ସେ ଦିଲ୍ଲୀର ଦୁଇଟି ଆସନରେ କହ୍ନୈୟା କୁମାର ଓ ଉଦିତ ରାଜଙ୍କୁ ପ୍ରାର୍ଥୀତ୍ୱକୁ ନେଇ ବିରୋଧ କରିଥିଲେ। ସେମାନଙ୍କୁ ଆଉଟ୍‌ ସାଇଡର୍‌ କହି ଟାର୍ଗେଟ୍‌ କରିଥିଲେ।

Congress Delhi Loksabha Election 2024 Congress Leader Quit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe