Advertisment

ଚିକିତ୍ସା ବଦଳରେ ଲାଞ୍ଚ, ଦୁଇ ଡାକ୍ତରଙ୍କ ସମେତ ୯ ଗିରଫ

ଗିରଫ ଦୁଇ ଡାକ୍ତର ହେଲେ ଆର୍‌ଏମ୍‌ଏଲ୍‌ ହସ୍ପିଟାଲର କାର୍ଡିଓଲଜି ବିଭାଗର ଚିକିତ୍ସକ ପର୍ବତଗୌଡା ଓ ଅଜୟ ରାଜ।

author-image
Madhupriya Mistry
ଅଦ୍ୟତନ ହୋଇଛି
doctor-arrested

doctor-arrested

ଚିକିତ୍ସା ବଦଳରେ ରୋଗୀଙ୍କ ଠାରୁ ନେଉଥିଲେ ଲାଞ୍ଚ। ମାଡି ବସିଲା ସିବିଆଇ। ହସ୍ପିଟାଲରୁ ଦୁଇ ଜଣ ଡାକ୍ତରଙ୍କ ସମେତ ୯ ଜଣ ବନ୍ଧା ହେଲେ। ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରୁ ଏଭଳି ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି।

Advertisment

ଗିରଫ ଦୁଇ ଡାକ୍ତର ହେଲେ ଆର୍‌ଏମ୍‌ଏଲ୍‌ ହସ୍ପିଟାଲର କାର୍ଡିଓଲଜି ବିଭାଗର ଚିକିତ୍ସକ ପର୍ବତଗୌଡା ଓ ଅଜୟ ରାଜ। ଏହି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅନ୍ୟ ସାତ ଜଣଙ୍କ ମଧ୍ୟରେ ବରିଷ୍ଠ ଲ୍ୟାବ୍‌ ଇନ୍‌ଚାର୍ଜ ରଜନିଶ କୁମାର ମଧ୍ୟ ଥିବା ଜଣାପଡିଛି।

ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍‌ଆଇଆର୍‌ ଅନୁସାରେ, ଏମାନେ ଖୋଲାଖୋଲି ଭାବେ ଚିକିତ୍ସା ବଦଳରେ ଲାଞ୍ଚ ନେଉିଥିବା ନେଉଥିଲେ। ଏମାନେ ଡାକ୍ତରଖାନାକୁ ଅତ୍ୟାବଶ୍ୟକ ଉପକରଣ ଯୋଗାଉଥିବା କମ୍ପାନୀର ପ୍ରତିନିଧୀଙ୍କ ମାଧ୍ୟମରେ ସମସ୍ତେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ରୋଗୀଙ୍କଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ମୁତାବକ, ନାଗପାଲ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ମାଲିକ ନରେଶ ନାଗପାଲ ଡାକ୍ତରଖାନାଗୁଡ଼ିକୁ ଉପକରଣ ଯୋଗାନ୍ତି। ଚଳିତ ମାସ ୨ ତାରିଖରେ ଡାକ୍ତର ପାର୍ବତା ଗୌଡା ଯନ୍ତ୍ରପାତି ବଦଳରେ ନାଗପାଲଙ୍କ ଠାରୁ ଲାଞ୍ଚ ମାଗିଥିଲେ। ତେବେ ନରେଶ ନାଗପାଲ ମେ' ୭ ତାରିଖରେ ଆରଏମଏଲ ହସ୍ପିଟାଲରେ ଟଙ୍କା ପହଞ୍ଚାଇ ଦେବି ବୋଲି କହିଥିଲେ।

Delhi CBI Doctor Arrested RML Hospital