Advertisment

ନିଶାରେ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇଦେଲେ ୨ କନଷ୍ଟେବଳ, ବାନ୍ଧିଲା ପୁଲିସ୍‌

ନିଜ ହୋସରେ ନ ଥାଇ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଉଭୟ ହିନସ୍ତା ହୋଇଛନ୍ତି। ଉଭୟଙ୍କୁ ଗିରଫ କରାଯିବା ସହ ନିଲମ୍ବନ କରାଯାଇଛି।

Firing

Firing

Advertisment

ପାର୍ଟିରେ ଅତ୍ୟଧିକ ନିଶା ସେବନ କରି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିବା ମହଙ୍ଗା ପଡ଼ିଲା। ନିଜ ହୋସରେ ନ ଥାଇ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଉଭୟ ହିନସ୍ତା ହୋଇଛନ୍ତି। ଉଭୟଙ୍କୁ ଗିରଫ କରାଯିବା ସହ ନିଲମ୍ବନ କରାଯାଇଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି।

Advertisment

ଗିରଫ ଦୁଇ କନଷ୍ଟେବଳ ହେଲେ ଧୀରଜ କୁମାର ଓ ମୁକୁଳ ଯାଦବ । ସେମାନେ ଗାଜିଆବାଦ ଜିଲ୍ଲାର ଇନ୍ଦିରାପୁରମ୍‌ ଥାନାରେ କାର୍ଯ୍ୟରତ ଥିଲେ। ଗତକାଲି ଉଭୟଦିଲ୍ଲୀ ଗାର୍ଡେନ ଗଲେରିୟା ମଲ୍‌କୁ ଏକ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଉଭୟ ନିଶାସକ୍ତ ଅବସ୍ଥାରେ ଥିଲେ। ଫଳରେ ସେମାନଙ୍କର ନିଜ ଉପରେ ନିୟନ୍ତ୍ରଣ ନ ଥିବା ବେଳେ ସେମାନେ ପାଖରେ ଥିବା ସର୍ଭିସ ରିଭଲଭର ଫୁଟାଇଥିଲେ।

ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଗୁଳି ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଲେ। ଏହାପରେ ଉଭୟ ଧୀରଜ ଓ ମୁକୁଳ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ସିସିଟିଭି ଫୁଟେଜ ତଦାରଖ କରି ଉଭୟଙ୍କୁ ଚିହ୍ନଟ କରିଥିଲା।

Advertisment

ଏହାପରେ ବହୁ ଖୋଜାଖୋଜି ପରେ ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ବରିଷ୍ଠ ପୁଲିସ୍‌ ଅଧିକାରୀ।

Firing Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe