ECI
ଖୁବଶୀଘ୍ର ଘୋଷଣା ହୋଇପାରେ ୨ ନୂଆ ନିର୍ବାଚନ କମିଶନରଙ୍କ ନାଁ। ୨ ଜଣ କମିଶନରଙ୍କ ନାଁ ଚୟନ ପାଇଁ ମାର୍ଚ୍ଚ ୧୩ କିମ୍ବା ୧୪ରେ ବସିବ ସର୍ଚ୍ଚ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ଆଉ ଏକ ବୈଠକ। ଉକ୍ତ ବୈଠକରେ ୨ ନିର୍ବାଚନ କମିଶନଙ୍କ ନାଁ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ମାର୍ଚ୍ଚ ୧୫ରେ ବସିବାକୁ ଥିବା ବୈଠକ ପରେ ଦେଶକୁ ୨ ନୂଆ ନିର୍ବାଚନ କମିଶନର ମିଳିଯିବେ।
ଚଳିତ ବର୍ଷ ଫେବୃଆରୀ ୧୪ରେ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାପରେ ଶନିବାର ଅଚାନକ ଅରୁଣ ଗୋଏଲ ଅଚାନକ ଇସି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ୨ଟି ଯାକ ନିର୍ବାଚନ କମିଶନର ପଦ ଏବେ ଖାଲି ପଡ଼ିଛି। ଏହି ପ୍ୟାନେଲରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି।
ପୂର୍ବରୁ ବରିଷ୍ଠତା ଭିତ୍ତିରେ ରାଷ୍ଟ୍ରପତି ନିର୍ବାଚନ କମିଶନର ନିଯୁକ୍ତ କରୁଥିବା ବେଳେ ନିକଟରେ ଏହି ଆଇନରେ ସଂଶୋଧନ ହୋଇଛି। ନୂଆ ଆଇନ ଅନୁସାରେ, ପ୍ରଥମେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ ସର୍ଚ୍ଚ କମିଟି ଗଠିତ ହେବ। ଏଥିରେ ଗୃହ ସଚିବ ଓ ପର୍ସନେଲ୍ ଆଣ୍ଡ୍ ଟ୍ରେନିଂ ବିଭାଗ ସଚିବ ରହିବେ। ଏହି ସର୍ଚ୍ଚ କମିଟି ୨ଟି ଖାଲି ପଦବୀ ପାଇଁ ପାଞ୍ଚଟି ନାଁକୁ ନେଇ ୨ଟି ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ କରିବେ। ସେଥିରୁ ୨ଟି ନାଁ ଚୂଡ଼ାନ୍ତ କରାଯିବ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜଣେ କେନ୍ଦ୍ରମନ୍ତ୍ରୀ ଓ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରହିଛନ୍ତି। ଏହି କମିଟି ସୁପାରିସ କରିବାକୁ ଥିବା ନାଁ ଉପରେ ରାଷ୍ଟ୍ରପତି ମୋହର ମାରିବେ। ଏହାପରେ ଦୁଇ ଜଣ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇବେ।
ସୂଚନା ଅନୁସାରେ ସିଲେକ୍ସନ କମିଟି ବୈଠକ ମାର୍ଚ୍ଚ ୧୩ କିମ୍ବା ୧୪ରେ ବସିବ। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ୧୫ ତାରିଖରେ ଅନୁଷ୍ଠିତ ହେବ। ଏହାପରେ ନିର୍ବାଚନ କମିଶନରେ ଖାଲି ପଡ଼ିଥିବା କମିଶନର ପଦ ପୂରଣ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ECI_1710085389.jpg)