Advertisment

ସାଙ୍ଗ ସାଜିଲେ ସଇତାନ, ରାତି ଅଧରେ କଲେ ଗଣବଳାତ୍କାର

ମେଳା ବୁଲି ଫେରିବା ବେଳେ ବାଟରେ ସାଙ୍ଗ ହିଁ ସାଜିଲେ ସଇତାନ । ଯିଏ ସୁରକ୍ଷା ଦେବା କଥା ସିଏ ହିଁ ଲୁଟି ନେଲେ ଇଜ୍ଜତ ।

undefined

Rape

Advertisment

ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ ଜଣେ ନାବାଳିକା ଓ ଜଣେ ଯୁବତୀ । ମାତ୍ର ମେଳା ବୁଲି ଫେରିବା ବେଳେ ବାଟରେ ସାଙ୍ଗ ହିଁ ସାଜିଲେ ସଇତାନ । ଯିଏ ସୁରକ୍ଷା ଦେବା କଥା ସିଏ ହିଁ ଲୁଟି ନେଲେ ଇଜ୍ଜତ । ଏପରିକି ଏକୁଟିଆ ପାଇ ଗଣବଳାତ୍କାର କରିବାକୁ ପଛାଇଲେ ନାହିଁ। ଏପରି ଏକ ଅମାନବୀୟ କାଣ୍ଡ ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଘଟିଥିବା ବେଳେ ପୁଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି।

Advertisment

ଏହି ଘଟଣା ଗତ ସୋମବାରର ବୋଲି ଜଣାଯାଇଛି। ରାଞ୍ଚି ପୁଲିସ୍‌ ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ଜଣେ ନାବାଳିକା ଓ ଜଣେ ଯୁବତୀ ନିଜର ୩ ପୁରୁଷ ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ। ସେଠାରୁ ହସଖୁସିରେ ଫେରିବା ବେଳେ ସେମାନଙ୍କ ସାଙ୍ଗମାନେ ସେମାନଙ୍କୁ ଧମକାଇ ଗଣବଳାତ୍କାର କରିଥିଲେ।

ଘଟଣା ସମ୍ପର୍କରେ ପୀଡ଼ିତାଦ୍ୱୟ ଥାନରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ସେମାନଙ୍କ ଡାକ୍ତରୀ ମାଇନା କରାଇଥିଲା। ଏହାପରେ ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଏହି ଘଟଣାରେ ଝାଡଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି। ହେମନ୍ତ ସୋରେନଙ୍କ ଶାସନ କାଳରେ ନାବାଳିକା ଓ ଯୁବତୀ ସୁରକ୍ଷିତ ନୁହନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ କହିଛନ୍ତି ରାଜ୍ୟରେ ଗତ ସାଢେ ୩ ବର୍ଷ ମଧ୍ୟରେ ୫,୫୦୦ ବଳାତ୍କାର ମାମଲା ଘଟି ସାରିଲାଣି। ହେଲେ ପୁଲିସ୍‌ ଶୋଇ ରହିଛି।

Rape Minor Raped Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe