/odisha-reporter/media/post_attachments/uploadimage/library/16_9/16_9_0/IMAGE_1717299172.jpg)
goods-trains-collided
ପୁଣି ଟ୍ରେନ୍ ଦୁର୍ଘଟଣା। ପରସ୍ପର ଧକ୍କା ହେଲା ଦୁଇ ମାଲବାହୀ ଟ୍ରେନ୍। ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଟ୍ରେନ୍ ଡ୍ରାଇଭର ଆହତ ହୋଇଛନ୍ତି।
Advertisment
ଆହତଙ୍କୁ ଶ୍ରୀ ଫତେହଗଡ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ରାଜିନ୍ଦର ହସ୍ପିଟାଲ ପଟିଆଲାକୁ ରେଫର୍ କରାଯାଇଛି।
ସେପଟେ ଦୁର୍ଘଟଣାସ୍ଥଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଉଭୟ ଟ୍ରେନ୍ ପୂରାପୁରି କ୍ଷତିଗ୍ରସ୍ତ ହୋଇ ପଡିଛି। ଟ୍ରେନଗୁଡିକର ଅବସ୍ଥାକୁ ଦେଖିଲେ ଏହା ଅନୁମାନ କରାଯାଇପାରେ ଯେ ଧକ୍କା କେତେ ଭୟଙ୍କର ଥିଲା। ଉଭୟ ଟ୍ରେନ୍ ଧକ୍କା ପରେ ଓଲଟି ପଡିଥିବା ଦେଖିବାକୁ ମିଳିଛି। ତଥାପି, ଏଥିରେ କୌଣସି ବଡ଼ କ୍ଷତି ହୋଇନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
