Advertisment

ଖେଳୁ ଖେଳୁ କୀଟନାଶକ ପିଇ ଦେଲେ ଦୁଇ ଉଭଣୀ, ମା’ ଘଟାଇଲା ଏପରି କାଣ୍ଡ

ହସ୍ପିଟାଲରେ ସାନ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ବଡ଼ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

2 Sisters

2 Sisters

Advertisment

ଦୁଇ ଭଉଣୀ ଖେଳୁ ଖେଳୁ ଘଟାଇଲେ ସାଂଘାତିକ କାଣ୍ଡ। ଖୁସିରେ ଖୁସିରେ ପାଖରେ ଥିବା କୀଟନାଶକ ଔଷଧକୁ ପିଇଦେଲେ। କିଛି ସମୟ ପରେ ଦୁଇ ଝିଅଙ୍କ ଏପରି ଅବସ୍ଥା ଦେଖି ମା’ ବି ପିଇଦେଲା କୀଟନାଶକ । ହସ୍ପିଟାଲରେ ସାନ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ବଡ଼ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ମଧ୍ୟପ୍ରଦେଶର ଉଜ୍ଜୟନୀ ପେତିସିୟା ଗାଁରେ ଘଟିଛି।

Advertisment

ଉକ୍ତ ଗାଁରେ ସର୍ଦ୍ଦାର ଚୌହାନ ନାମକ ବ୍ୟକ୍ତି ନିଜ ପତ୍ନୀ ପୂଜା ଓ ଦୁଇ ଝିଅ ପୁନମ(୫) ଓ ମୁସ୍କାନ(୩)ଙ୍କଚସହ ରୁହନ୍ତି। ଘଟଣା ଦିନ ପୂଜା ନିଜ ଦୁଇ ଝିଅଙ୍କୁ ଘରେ ଖେଳିବାକୁ ଛାଡ଼ି ଦେଇ ପାଖରେ ଥିବା ନିଜ ବିଲକୁ ଚାଲି ଯାଇଥିଲେ। ସେଠାରୁ ଘଣ୍ଟାଏ ପରେ ଫେରି ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା।

ଘର ଆଗରେ ୨ ଝିଅ ବେହୋସ ହୋଇ ପଡ଼ିଥିବା ବେଳେ ପାଖରେ କୀଟନାଶକ ଔଷଧ ବୋତଲ ପଡ଼ିଥିଲା। ଏହାଦେଖି ୨ ଝିଅଙ୍କ ମୃତ୍ୟୁ ହୋଇ ସାରିଥିବା ଭାବି ସେ ବି ଉକ୍ତ କୀଟନାଶକକୁ ପିଇ ଦେଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ମା’ ଝିଅ ତିନି ଜଣଙ୍କୁ ନିକଟସ୍ଥ ମେଡିକାଲକୁ ପଠାଇଥିଲେ। ବାଟରେ ସାନ ଝିଅ ମୁସ୍କାନଙ୍କ ମୃତ୍ୟୁ ହୋଇଥିଲା।

Advertisment

ଗୁରୁତର ଅବସ୍ଥାରେ ପୁନମ ଓ ପୂଜାଙ୍କ ଚିକିତ୍ସା ଚାଲିଛି। ପୁଲିସ୍‌ ମୁସ୍କାନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁପଠାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Madhya Pradesh Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe