Advertisment

ଏକାଧିକ ଗାଡ଼ିକୁ ପିଟିଲା କାର୍‌: ୨ ମୃତ, ୪ ଗୁରୁତର

ଏହି କାରରେ କର୍ଣ୍ଣାଟକାର ଜଣେ ବିଜେପି ବିଧାୟକଙ୍କ ଷ୍ଟିକର ଲାଗିଥିଲା।

Injured Person

Injured Person

Advertisment

ଏକ କାର୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବେଙ୍ଗାଲୁରୁରେ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

Advertisment

କାର୍ ଚାଳକଙ୍କୁ ଗିରଫ କରାଯାଇଛି। ସେ ପୁଲିସ୍‌କୁ କହିଛନ୍ତି ଯେ ବ୍ରେକ୍ ଦେବା ବଦଳରେ ଏକ୍ସେଲେରେଟର ଉପରେ ଗୋଡ଼ ‌ଥୋଇ ଦେବାରୁ ଏହି ଘଟଣା ଘଟିଥିଲା।

ହଠାତ୍ କାରର ବେଗ ବଢ଼ି ଯିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ତିନୋଟି ବାଇକ୍ ଓ ଦୁଇଟି କାର୍‌କୁ ଧକ୍କା ଦେଇଥିଲେ। ବାଇକ୍‌ ଚାଳକଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ମଜୀଦ ଖାନ ଓ ଅୟପ୍ପା। ତେବେ ଦୁର୍ଘଟଣା ସମୟରେ ଡ୍ରାଇଭର ଜଣଙ୍କ ମଦ ପିଇ ନଥିଲେ ବୋଲି ପୁଲିସ୍ କହିଛି।

Advertisment

ଏହି କାରରେ କର୍ଣ୍ଣାଟକାର ଜଣେ ବିଜେପି ବିଧାୟକଙ୍କ ଷ୍ଟିକର ଲାଗିଥିଲା। ତେବେ କାର୍‌ଟି ତାଙ୍କର ନୁହେଁ ବୋଲି ଜଣାପଡ଼ିଛି। ସେହିପରି ସେ କାର୍‌ରେ ମଧ୍ୟ ବସି ନଥିଲେ ବୋଲି ପୁଲିସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଦୁର୍ଘଟଣା ଘଟାଇଥିବା କାର୍‌ଟି ଜଣେ ଅବସରପ୍ରାପ୍ତ ବନ ଅଧିକାରୀଙ୍କର। ଆଉ ଉକ୍ତ ବିଜେପି ବିଧାୟକ ହେଉଛନ୍ତି ତାଙ୍କ ସମୁଦି।

Bengaluru Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe