Building Collapsed
ନୂଆଦିଲ୍ଲୀର ୱେଲକମ୍ ଅଞ୍ଚଳରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।
Advertisment
ନୂଆଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଏକ ଦୁଇ ମହଲା କୋଠା ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ପରେ ଭୁଶୁଡ଼ି ଯାଇଥିଲା। ଏନେଇ ସୂଚନା ପାଇବା ପରେ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଭଗ୍ନାବଶେଷ ତଳୁ ଦୁଇ ମୃତଦେହ ଉଦ୍ଧାର କରାଯାଇଥିଲା। ଏଥିସହ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଦ୍ୱୟ ହେଲେ ଅର୍ସଦ ଓ ତୌହିଦ । ଗୁରୁତରଜଣକ ହେଲେ ରେହାନ ।
Advertisment
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
