Advertisment

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ

ବିସ୍ଫୋରଣରେ ଦୁଇ ମହିଳାଙ୍କ ସମେତ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

author-image
Madhupriya Mistry
Blast in Firecracker Godown

Blast in Firecracker Godown

ହଠାତ୍‌ ବାଣ କାରଖାନାରେ ହେଲା ବିସ୍ଫୋରଣ। ଚାଲିଗଲା ଦୁଇ ଜଣଙ୍କ ପ୍ରାଣ। ସେହିପରି ୪ ଜଣ ଗୁରୁତର ହୋଇଛନ୍ତି। ତାମିଲନାଡୁର ଏକ ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି।

Advertisment

ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ତାମିଲନାଡୁର ଥୁଥୁକୁଡି ଜିଲ୍ଲା ନାଜରେଥ ନିକଟରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଦୁଇ ମହିଳାଙ୍କ ସମେତ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଶ୍ରମିକମାନ ବାଣ ଷ୍ଟକ୍‌ କରି ରଖୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।

ସେପଟେ ଏହି ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।

Advertisment

ପୁଲିସ କହିବା ମୁତାବକ, ବିସ୍ଫୋରଣରେ କନ୍ନନ ଏବଂ ବିଜୟ ନାମକ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଆହତଙ୍କୁ ତିରୁନେଲଭେଲି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ଏବଂ ସନ୍ତକୁଲମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଏହି ବାଣ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ। ବିସ୍ଫୋରଣ ଯୋଗୁ ସମଗ୍ର କାରଖାନାଟି ପୋଡି ପାଉଁଶ ହୋଇଯାଇଛି।

Tamilnadu Firecracker Factory Blast