Advertisment

ଅନନ୍ତନାଗରେ କମ୍ବିଂ ଅପରେସନ, ୨ ଲଶ୍କର-ଇ-ତୋଏବା ଆତଙ୍କୀ ଘେରାବନ୍ଦୀ

ଅନନ୍ତନାଗରେ ଆତଙ୍କୀ ହମଲା ପରେ କମ୍ବିଂ ଅପରେସନ ଜାରି। ଦୁଇ ଲଶ୍କର-ଇ-ତୋଏବା ଆତଙ୍କବାଦୀ ଘେରାବନ୍ଦୀ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଜମ୍ମୁ-କାଶ୍ମୀର ଅନନ୍ତନାଗରେ ଆତଙ୍କୀ ହମଲା ପରେ କମ୍ବିଂ ଅପରେସନ ଜାରି। ସର୍ଚ୍ଚ ଅପରେସନ ସମୟରେ ଦୁଇ ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଘେରାବନ୍ଦୀ କଲେ ସୁରକ୍ଷାକର୍ମୀ। ଗତକାଲି ଜିଲ୍ଲାରେ ତିନି ଜଣ ସୁରକ୍ଷାକର୍ମୀ ସହିଦ ହେବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଥିଲା। 

Advertisment

ଗତକାଲି ଜମ୍ମୁ କାଶ୍ମୀର ଅନନ୍ତନାଗ ଏବଂ ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ପୁଲିସ୍‌ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା।

ଏ‌ଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର(କର୍ଣ୍ଣେଲ) ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର(ମେଜର) ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଡିଏସ୍‌ପି ହ୍ୟୁମାୟୁନ ସହିଦ ହୋଇଛନ୍ତି। ଆଜି ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ଦୁଇ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିଛନ୍ତି ସୁରକ୍ଷାକର୍ମୀ

Advertisment

ସେହିପରି ଏହି ଏନକାଉଣ୍ଟରର ୨୪ ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। 6 ବର୍ଷର ସେନା କୁକୁର କେଣ୍ଟ ମଧ୍ୟ ବଳିଦାନ ଦେଇଛି। ଏଥିରେ ୨ ଜଣ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। 

Encounter In Rajouri J&K; Encounter Terrorist Attack Anantnag
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe