Advertisment

ଜମି ପାଇଁ ଲଢ଼େଇ ଲାଗି ଦୁଇ ବାଘ ମଲେ

ହାର-ଜିତ୍‌ର ଏହି ଲଢ଼େଇରେ କିଏ ବାଜିମାତ କରେ ପୁଣି କିଏ ନିପାତ ହୋଇଯାଏ।

two tiger

two tiger

Advertisment

କିଏ କେତେ ଜମିର ମାଲିକ। କାହାର ଇଲାକା କେତେ। ଜମି,ଜମା, ସାମ୍ରାଜ୍ୟ ବିସ୍ତାରକୁ ନେଇ କାହାହାର ବଳ କେତେ। କିଏ କାହାଠାରୁ କେତେ ଶକ୍ତିମାନ। ନିଜକୁ ସବୁଠୁ ସର୍ବଶକ୍ତିମାନ ପ୍ରମାଣିତ କରିବା ପାଇଁ ଯୁଗେ ଯୁଗେ ଅସୁର-ଦେବତାଙ୍କ ଠାରୁ ଆରମ୍ଭ କରି, ପଶୁ ଏବଂ ମଣିଷ ସମାଜ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିଛି। ହାର-ଜିତ୍‌ର ଏହି ଲଢ଼େଇରେ କିଏ ବାଜିମାତ କରେ ପୁଣି କିଏ ନିପାତ ହୋଇଯାଏ। ସେମିତି ଏକ ଅଦ୍ଭୂତ ଘଟଣା ରାଜସ୍ଥାନର କାରାଉଲି ଜଙ୍ଗଲରେ ଦେଖିବାକୁ ମିଳିଛି। ଜମିର ମାଲିକାନାକୁ କିଏ ଶକ୍ତିଶାଳି ନିଜ ନିଜ ଭିତରେ ବଳ କଷାକଷି ହୋଇ ଦୁଇ କଲରାପତରିଆ ବାଘଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଜଙ୍ଗଲ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ନଇନିୟା ରେଞ୍ଜର ସାକଡ଼ା ଜଙ୍ଗଲ ଅଧୀନରେ ନିଜ ଇଲାକାକୁ ନେଇ ଦୁଇ ପୁରୁଷ କଲରାପତରିଆ ବାଘ ମଧ୍ୟରେ ଲଢ଼େଇ ହୋଇ ଉଭୟଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନର କାରାଉଲି କୈଲାଦେବୀ ଅଭୟାରଣ୍ୟ ଅଧୀନରେ ଏହି ଘଟଣା ଘଟିଛି। ଖବର ପାଇଁ ବନ ବିଭାଗ ବାଘ ଦୁଇଟିର ମୃତଦେହ ଜବତ କରିଛି। ପରେ ବାଘ ଦୁଇଟିର ଅନ୍ତିମ ସଂସ୍କାର କରାଯାଇଛି। ସ୍ଥାନୀୟ ବିନ ବିଭାଗର ଆଞ୍ଚଳିକ ବନ କର୍ମଚାରୀ ମୋହନଲାଲ ସାଇନିଏହି ସୂଚନା ଦେଇଛନ୍ତି। ଫେବୃଆରୀ ୯ରେ ଉକ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇଛି। ଏହି ସମୟରେ ଗୋଟିଏ ୪ ବର୍ଷର ବାଘର ମୃତ ଦେହକୁ ଜବତ କରାଯାଇଥିଲା।

ପରେ ଏହାର ଗୋଟିଏ କିମି ବ୍ୟବଧାନରେ ଆଉ ଗୋଟିଏ ବାଘର ମୃତ ଦେହକୁ ଜବତ କରାଯାଇଛି। ଉଭୟ ବାଘ ନିଜ ନିଜ ଭିତରେ ଲଢ଼େଇ ଲାଗି ଖଣ୍ଡିଆ ଖାବରା ହୋଇ ମୃତ୍ୟୁ ଘଟିଛି। କୌଣସି ଶିକାରୀ ବାଘକୁ ଆକ୍ରମଣ କରିନଥିବା ବନ ବିଭାଗ କହିଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe