Advertisment

ବର୍ବର କାଣ୍ଡ: ରାଜସ୍ଥାନରୁ ଅପହରଣ କରି ମାରିଦେଲେ, ହରିୟାଣାରେ ବୋଲେରୋ ସହ ଜାଳି ଦେଲେ

ଏହି ୨ ଯୁବକଙ୍କୁ ଭରତପୁରରୁ ଅପହରଣ ପରେ ହତ୍ୟା କରି ଭିବାନୀ ଅଣାଯିବା ପରେ ହତ୍ୟା କରାଯାଇଛି। ପରେ ବୋଲେରୋ ସହ ଜଳାଇ ଦିଆଯାଇଥିବା ଅନୁମାନ କରାଯାଉଛି।

Bolero

Bolero

Advertisment

ହରିୟାଣାର ଭିବାନୀରେ ଘଟିଛି ଏକ ବର୍ବର କାଣ୍ଡ। ରାଜସ୍ଥାନରୁ ଅପହରଣ କରି ହତ୍ୟା ପରେ ହରିୟାଣାରେ ଏକ ବୋଲେରୋ ସହ ୨ ଜଣଙ୍କୁ ଜାଳିଦେଲେ ଦୁର୍ବୃତ୍ତ। ଗୋ-ଚାଲାଣକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଥିବା ବେଳେ ବଜରଙ୍ଗ ଦଳର ବହୁ ସଦସ୍ୟଙ୍କର ଏଥିରେ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି।

Advertisment

ଯୁବକଦ୍ୱୟ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ବେଳେ କେବଳ ସେମାନଙ୍କ କଙ୍କାଳ ଗାଡ଼ି ସିଟ୍‌ରେ ପଡ଼ି ରହିଛି। ପୁଲିସ୍‌ ଏହି ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ମୃତକଦ୍ୱୟଙ୍କ ପରିଚୟ ମିଳିଛି। ସେମାନେ ହେଲେ ଘାଟମିକା ଥାନା ପହାଡ଼ି ଭରତପୁର ଅଞ୍ଚଳର ନାସିର ଓ ଜୁନୈଦ ।

ଏହି ଘଟଣା ଭୀବାନୀର ବରବାସ ଗାଁରେ ଘଟିଛି। ବୋଲେରୋଟି ରାଜସ୍ଥାନର ଭରତପୁରର ବୋଲି ଜଣାପଡ଼ିଛି। ସ୍ଥାନୀୟ ପୁଲିସ୍‌ ଓ ଭରତପୁର ପୁଲିସ୍‌ ସହ ଫରେନସିକ୍‌ ଟିମ୍ ବି ଏହି ମାମଲାର ଯାଞ୍ଚ କରୁଛନ୍ତି।

Advertisment

ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ନାସିର ଓ ଜୁନୈଦ କିଛି କାମରେ ହରିୟାଣାର ଫିରୋଜପୁର ଯାଇଥିଲେ। ସେମାନଙ୍କୁ ସେଠାରୁ ଜୋରଜବରଦସ୍ତ ଅପହରଣ କରାଯାଇ ଏକ ଜଙ୍ଗଲରେ ହତ୍ୟା କରାଯାଇଥିଲା। ଏହାପରେ ଏକ ବୋଲେରୋରେ ମୃତଦେହକୁ ଭରତପୁରରୁ ୨ଶହ କିମି ନେବା ପରେ ଭିବାନୀର ବାରବାସ ଗାଁ ପାଖରେ ଜାଳି ଦେଇଥିଲେ ଦୁର୍ବୃତ୍ତ ।

ଗୁରଗ୍ରାମ ବଜରଙ୍ଗ ଦଳର ୫ କର୍ମୀଙ୍କ ଉପରେ ଏହି ଯୁବକଙ୍କୁ ହତ୍ୟା କରିବା ସହ  ଜାଳିଥିବା ଆରୋପ ଲାଗିଛି। ରାଜସ୍ଥାନ ପୁଲିସ୍‌ ୫ ଜଣଙ୍କ ବିରୋଧରେ ଅପହରଣ ଓ ହତ୍ୟା ମାମଲା ରୁଜୁ କରିଛି।

ଭରତପୁରର ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଜଳିଯାଇଥିବା ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ହିଁ ୨ ଦିନ ତଳେ ଅପହରଣର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ମୃତକ ୨ ଜଣଙ୍କ ମଧ୍ୟରୁ ନାସିରଙ୍କର କୌଣସି ଅପରାଧିକ ରେକର୍ଡ ନ ଥିବା ବେଳେ ଜୁନାଦଙ୍କ ବିରୋଧରେ ପୂର୍ବରୁ ଗୋ-ଚାଲାଣର ୫ଟି ମାମଲାର ରୁଜୁ ହୋଇଛି।

ଏହି ଘଟଣା ବୁଧବାର ସକାଳ ପ୍ରାୟ ୫ଟାରେ ହୋଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ବଜରଙ୍ଗ ଦଳର ବହୁ ସଦସ୍ୟଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରି ସେମାନଙ୍କୁ ଖୋଜିବା ଆରମ୍ଭ କରିଛି।

ଏଆଇଏମଆଇଏମ  ଅଧ୍ୟକ୍ଷ ଅସଦୁଦ୍ଦିନ ଔବେସୀ ଟ୍ୱିଟ କରି  ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି, ପୁଲିସ୍‌ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହୁଏତ ୨ ଯୁବକଙ୍କ ଜୀବନ ବଞ୍ଚି ଯାଇଥାନ୍ତା। ତେଣୁ ୨ ମୃତକଙ୍କ ପରିବାରକୁ ନ୍ୟାୟ ଦରକାର।  

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe