Advertisment

ବିଚ୍‌ ରାସ୍ତାରେ ମଣିପୁର ଦମ୍ପତିଙ୍କୁ ନିର୍ଧୁମ ପିଟିଲେ, ଘୋଷାରି ନେଲେ

ପୀଡିତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ୪ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି।

author-image
Madhupriya Mistry
Assaulted-by-a-group

Assaulted-by-a-group

ବିଚ୍‌ ରାସ୍ତାରେ ମଣିପୁର ଦମ୍ପତିଙ୍କ ଉପରେ ଆକ୍ରମଣ। ୮ରୁ ୯ ଦୁର୍ବୃତ୍ତ ଆସି ଦମ୍ପତିଙ୍କୁ କଲେ ମାର୍‌ପିଟ୍‌। ବର୍ଷାଇଲେ ଲାତ ଗୋଇଠା। କେବଳ ସେତିକି ନୁହେଁ ରାସ୍ତା ଉପରେ ତଳେ ପକାଇ ଘୋଷାରି ନେଲେ। ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି କିଛି ଚାଞ୍ଚଲ୍ୟକର ଘଟଣା।

Advertisment

ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଦିଲ୍ଲୀର ସନ୍‌ଲାଇଟ୍‌ କଲୋନୀରେ କିଛି ଦୁର୍ବୃତ୍ତ ମଣିପୁରର ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କ ଉପରେ ଆସି ଅତର୍କିତ ଆକ୍ରମଣ କରିଛନ୍ତି। କେବଳ ସେତିକି ନୁହେଁ ଏମାନଙ୍କୁ ମାଡ ମାରିବା ସହ ରାସ୍ତା ଉପରେ ଘୋଷାରି ନେଇଥିବା ଅଭିଯୋଗ ହୋଇଛି। ଏହି ପୂରା ଘଟଣା ସିସିଟିଭିରେ କଏଦ୍‌ ହୋଇଛି। ଏଥିସହ କଲୋନୀର ବାଲକୋନିରେ କେହି ଜଣେ ମୋବାଇଲରେ ପୂରା ଘଟଣାର ଭିଡିଓକୁ ସୁଟ୍‌ କରି ସୋଶାଲ ମିଡିଆରେ ଅପ୍‌ଲୋଡ୍ କରିଛନ୍ତି। ସିସିଟିଭି ଫୁଟେଜରେ ଦୁଇ ଅଭିଯୁକ୍ତଙ୍କ ଚେହାରା ଦେଖାଯାଉଥିବା ବେଳେ ମୋବାଇଲ ଭିଡିଓରେ ଚାରି ଜଣଙ୍କ ଉପରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି।

ଅଭିଯୋଗକାରୀଙ୍କ କହିବା ମୁତାବକ, ସେ ତାଙ୍କ ପତ୍ନୀ ଓ ଭଉଣୀଙ୍କ ସହ ରାତି ପ୍ରାୟ ୧୧ ଟା ବେଳେ ଖାଦ୍ୟ ଖାଇବା ପରେ ଜଣେ ବନ୍ଧୁଙ୍କୁ ଛାଡିବାକୁ ଯାଉଥିଲେ। ଏତିକି ବେଳେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ତାଙ୍କ ପାଖକୁ ଆସି ମୋବାଇଲ ବ୍ୟାଟେରୀ ଡେଡ୍ ହୋଇଯାଇଥିବା କହିଥିଲେ। ଏଥିସହ ଦକ୍ଷିଣ ଦିଲ୍ଲୀକୁ ଯିବା ପାଇଁ ବ୍ୟାକ୍‌ ବୁକ୍‌ କରିବାକୁ ସହାଯ୍ୟ ମାଗିଥିଲୋ। ଏହାଶୁଣି ମଣିପୁର ଦମ୍ପତି ସହାୟତା କରିବାକୁ ରାଜି ହୋଇଯାଇଥିଲେ।ତେବେ କ୍ୟାବ୍‌ ବୁକ୍‌ କରିବା ସମୟରେ ସହାୟତା ମାଗିଥିବା ବ୍ୟକ୍ତି ଜଣ ତାଙ୍କ ପତ୍ନୀ ଓ ଭଉଣୀଙ୍କୁ ନେଇ ଅଶ୍ଳୀଳ କମେଣ୍ଟ କରିବା ଆରମ୍ଭ କରିଥଇଲେ। ଏଥିରେ ଆପତ୍ତି ଉଠାଇବାରୁ ସେମାନେ ରାଗି ଯାଇଥିଲେ। ୮ରୁ ୯ ଜଣ ତାଙ୍କ ସାଥୀଙ୍କୁ ଡାକି ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ।

Advertisment

ପତ୍ନୀଙ୍କ ଅଭିଯୋଗ ମୁତାବକ, ୮ରୁ ୯ ଜଣ ଦୁର୍ବୃତ୍ତ ତାଙ୍କୁ ଲଗାତର ମାଡ଼ ମାରିଥିଲେ। ଚୁଟି ଟାଣି ତେଳ ପକାଇଥିଲେ। ରାସ୍ତାରେ ଉପରେ ତାଙ୍କୁ ଘୋଷାରି ନେଥିଲେ। ସେ ଆଉ ବଞ୍ଚିବେନି ବୋଲି ଭାବିଥିଲେ। ତାଙ୍କ ଆଣ୍ଠରେ ଗଭୀର ଆଘାତ ଲାଗିଥିବା ସେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ମଧ୍ୟ ସେ ପୁଲିସ ଆଗରେ ଅଭିଯୋଗ କରିଛନ୍ତି। ଶୁକ୍ରବାର ସନ୍‌ଲାଇଟ୍‌ ଥାନା ପୁଲିସ ଏହି ମାମଲାରେ ଏଫ୍ଆଇଆର୍ ରଜୁ କରିଛି।

ପୁଲିସ କହିବା ଅନୁଯାୟୀ ପୀଡିତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ୪ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସ୍‌ ଜାରି ରହିଛି।

Assault Delhi Delhi Police Physical Assault Manipur