Advertisment

୪ର୍ଥ ଶ୍ରେଣୀରେ ହୋଇଥିଲା ଝଗଡ଼ା, ଏବେ ୬୨ ବର୍ଷୀୟ ବ୍ୟକ୍ତିଙ୍କୁ କଲେ ଲହୁ ଲୁହାଣ

ବାଲକ୍ରିଷ୍ଣା ଓ ବାବୁ ୪ର୍ଥ ଶ୍ରେଣୀରେ ଏକାଠି ପଢ଼ୁଥିବା ବେଳେ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ସେତେବେଳେ ଥମି ଯାଇଥିଲା।

author-image
Hemant Lenka
Babu

Babu

ଜଣେ ୬୨ ବର୍ଷୀୟ ବ୍ୟକ୍ତି ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି। ପିଲା ବେଳର ଝଗଡ଼ା ପାଇଁ ତାଙ୍କୁ ଏବେ ଦୁଇ ଜଣ ମାଡ଼ ମାରି ଆହତ କରିଛନ୍ତି। ୫୦ ବର୍ଷ ତଳର ପୁରୁଣା ଘଟଣାରେ ୬୨ ବର୍ଷୀୟ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଅଭିଯୋଗରେ କେରଳର କାସରଗଡ଼ ଜିଲ୍ଲାରେ ୨ ଜଣଙ୍କୁ ପୁଲିସ୍‌ ଗିରଫ କରିଛି।

Advertisment

ପୁଲିସ୍‌ ପକ୍ଷରୁ ବାଲକ୍ରିଷ୍ଣା ଓ ମାଥ୍ୟୁ ବାଲିୟାପଲାକ୍କଲଙ୍କୁ ଗିରଫ କରାଯାଇଛି। ସେମାନେ ଭିଜେ ବାବୁ ନାମକ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ। ବାଲକ୍ରିଷ୍ଣା ଓ ବାବୁ ଏକଦା ଗୋଟିଏ କ୍ଲାସ ଓ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ସେତେବେଳେ ଦୁହଁଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ବଦଲା ନେବାକୁ ଜୁନ ୨ରେ ବାଲକ୍ରିଷ୍ଣା ଓ ମାଥ୍ୟୁ ମିଳିତ ଭାବେ ବାବୁଙ୍କୁ ମାଡ଼ ମାରିଛନ୍ତି।

ବାଲକ୍ରିଷ୍ଣା ଓ ବାବୁ ୪ର୍ଥ ଶ୍ରେଣୀରେ ଏକାଠି ପଢ଼ୁଥିବା ବେଳେ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ସେତେବେଳେ ଥମି ଯାଇଥିଲା। କିନ୍ତୁ କିଛି ଦିନ ତଳେ ୪ର୍ଥ ଶ୍ରେଣୀରେ ହୋଇଥିବା ଝଗଡ଼ାକୁ ନେଇ ବାବୁ ଓ ବାଲକ୍ରିଷ୍ଣା ମୁହାଁମୁହିଁ ହୋଇଥିଲା। ଯଦିଓ ସେହି ଦିନ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ହୋଇଯାଥିଲା, ହେଲେ ବାଲକ୍ରିଷ୍ଣା ଏହାକୁ ଭୁଲି ନଥିଲେ। ସେ ଜୁନ ୨ରେ ପୁଣିଥରେ ବାବୁଙ୍କୁ ପାଖରେ ପାଇ ଯୁକ୍ତିତର୍କ କରିଥିଲେ। ଏଥର ଏହି ବିବାଦରେ ବାଲକ୍ରିଷ୍ଣାଙ୍କ ସାଥ ଦେବାକୁ ମାଥ୍ୟୁ ରହିଥିଲେ।

Advertisment

୪ର୍ଥ ଶ୍ରେଣୀରେ ବାବୁ କାହିଁକି ବାଲକ୍ରିଷ୍ଣାଙ୍କୁ ଆକ୍ରମଣ କରିଥିଲେ ବୋଲି ପ୍ରଶ୍ନ କରି ଉଭୟ ତାଙ୍କୁ ଧମକ ଦେଇଥିଲେ। ଏହାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ହାତାହାତିର ରୂପ ନେଇଥିଲା।

ବାଲକ୍ରିଷ୍ଣା ପାଟିତୁଣ୍ଡ ବେଳେ ବାବୁଙ୍କ କଲାର ଧରି ଘୋଷାଡ଼ିଥିଲେ। ମାଥୁ ଗୋଟିଏ ପଥରରେ ବାବୁଙ୍କ ମୁହଁ ଓ ପିଠିକୁ ପ୍ରହାର କରିଥିଲେ। ଆକ୍ରମଣରେ ଆହତ ହୋଇଥିବା ବାବୁ ଏବେ କନ୍ନୁର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ସେ କରିଥିବା ଅଭିଯୋଗ ଆଧାରରେ ପୁଲିସ୍‌ ବାଲକ୍ରିଷ୍ଣା ଓ ମାଥ୍ୟୁଙ୍କୁ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ଗିରଫ କରିଛି।

Kerala Attack