Advertisment

ଗୁରୁଦ୍ୱାରରେ ଗୋଷ୍ଠୀ ସଙ୍ଘର୍ଷ; ଜଣେ ପୁଲିସ କର୍ମଚାରୀ ମୃତ, ୩ ଆହତ

ଗୁରୁଦ୍ୱାର ଅକଲପୁର ବୁଙ୍ଗା ମଧ୍ୟକୁ ପଶି କିଛି ନିହାଙ୍ଗ ଗୋଷ୍ଠୀ ଅବରୋଧ କରିବାକୁ ଉଦ୍ୟମ କରୁଥିବା ବେଳେ ଧସ୍ତାଧସ୍ତି ହୋଇଥିଲା।

ଅଦ୍ୟତନ ହୋଇଛି
Punjab Police

Punjab Police

Advertisment

ପଞ୍ଜାବ ଗୁରୁଦ୍ୱାର ପରିସରରେ ଦୁଇ ନିହାଙ୍ଗ ଶିଖ୍ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ଚାଲିଗଲା ଜଣେ ପୁଲିସ କର୍ମଚାରୀଙ୍କ ଜୀବନ। ଗୁରୁଦ୍ୱାର ଅକଲପୁର ବୁଙ୍ଗା ମଧ୍ୟକୁ ପଶି କିଛି ନିହାଙ୍ଗ ଗୋଷ୍ଠୀ ଅବରୋଧ କରିବାକୁ ଉଦ୍ୟମ କରୁଥିବା ବେଳେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ନିହାଙ୍ଗ ଗୋଷ୍ଠୀର ଗୁଳି ମାଡରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ତିନି ଜଣ ଆହତ ହୋଇଛନ୍ତି।

Advertisment

ଖବର ଅନୁସାରେ, ପ୍ରାୟ ତିନି ଡଜନ ନିହାଙ୍ଗ ହଠାତ୍ ଗୁରୁଦ୍ୱାର ଅକଲପୁର ବୁଙ୍ଗା ଭିତରକୁ ପ୍ରବେଶ କରିଥିଲେ। ସେମାନେ ଗୁରୁଦ୍ୱାର ପରିସରକୁ ଦଖଲ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ପ୍ରତିବାଦ କରିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟିବାରୁ କିଛି ପୁଲିସ କର୍ମଚାରୀ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। 

କିନ୍ତୁ ଦୁର୍ଭାଗ୍ୟବଶତଃ ଜଣେ ପୁଲିସ କର୍ମଚାରୀଙ୍କର ଜୀବନ ଚାଲିଯାଇଛି। ନିହାଙ୍ଗ ଗୋଷ୍ଠୀର ଗୁଳି ମାଡରେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଖବର ଅନୁସାରେ, ଗୁରୁଦ୍ୱାର ମାଲିକାନାକୁ ନେଇ ଦୁଇ ନିହାଙ୍ଗ ଗୋଷ୍ଠୀ ଦାବି କରୁଛନ୍ତି, ଏହି କାରଣରୁ ଗୁରୁଦ୍ୱାର ପରିସରରେ ଉତ୍ତେଜନା ଦେଖାଦେଇଛି।

Advertisment

ନିହାଙ୍ଗ ଗୋଷ୍ଠୀ କ'ଣ?
ନିହାଙ୍ଗ ହେଉଛି ଶିଖ୍ ଯୋଦ୍ଧାମାନଙ୍କର ଏକ ସମୂହ, ଯାହାର ଉତ୍ପତ୍ତି ଗୁରୁ ଗୋବିନ୍ଦ ସିଂହଙ୍କ ଦ୍ୱାରା ୧୬୯୯ ମସିହାରେ ଖାଲସା ସୃଷ୍ଟିରୁ ଆରମ୍ଭ ହୋଇଥିଲା। ଏହି ଗୋଷ୍ଠୀର ସଦସ୍ୟଙ୍କର ସ୍ୱତନ୍ତ୍ର ପୋଷାକ ପରିଧାନ ବ୍ୟବସ୍ଥା ରହିଛି। ଏମାନେ ନୀଳ ରଙ୍ଗର ପୋଷାକ ଏବଂ ପଗଡି ବାନ୍ଧିବା ସହ ପ୍ରାୟତଃ ଖଣ୍ଡା ଏବଂ ବର୍ଚ୍ଛା ଭଳି ଅସ୍ତ୍ରଶସ୍ତ୍ର ଧରିଥିବାର ଦେଖାଯାଏ।

୨୦୨୦ରେ ପୁଲିସ ଲକଡାଉନ ଲଗାଇବା ସମୟରେ ମଧ୍ୟ ନିହାଙ୍ଗ ବିକ୍ଷୋଭକାରୀମାନେ ପଟିଆଲାରେ ଜଣେ ପୁଲିସ ଅଧିକାରୀଙ୍କ ହାତ କାଟି ଦେଇଥିଲେ।

Punjab Gurdwara Groups Clash Gurdwara Groups Clash Nihang Sikh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe