Advertisment

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ନିଖୋଜ

ଆଜି ସକାଳ ପ୍ରାୟ ୯ଟା ୧୫ ବେଳେ ଏହି ଦୁର୍ଘଟଣା ଘଟିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Cheetah Helicopter

Cheetah Helicopter

ଭାରତୀୟ ସେନାର ଏକ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ଅରୁଣାଚଳ ପ୍ରଦେଶର ମଣ୍ଡଳା ନିକଟରେ ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟରରେ ଦୁଇ ଜଣ ପାଇଲଟ ଥିଲେ। ସେମାନେ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ଅଭିଯାନ ଜାରି ରହିଛି।

Advertisment

ଆଜି ସକାଳ ପ୍ରାୟ ୯ଟା ୧୫ ବେଳେ ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମଡିଲାରୁ ଉଡ଼ାଣ ଭରିଥିଲା। ୯ଟା ୧୫ରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।   

କେଉଁ ସ୍ଥିତିରେ ଏଭଳି ଏକ ଘଟଣା ଘଟିଲା, ତାହା ଜଣାପଡ଼ି ନଥିବା ବେଳେ ସେନା ପକ୍ଷରୁ ନିଖୋଜ ଦୁଇ ପାଇଲଟଙ୍କୁ ଉଦ୍ଧାର କରିବାକୁ ପ୍ରାଥମିକତା ଦିଆଯାଇଛି। 

Advertisment

ଅଧିକ ଖବରକୁ ଅପେକ୍ଷା କରାଯାଇଛି।   

Arunachal Pradesh Cheetah Helicopter Indian Army