Advertisment

ସନ୍ଦେଶଖାଲି କେସ୍‌ରେ ୟୁ-ଟର୍ଣ୍ଣ, ଦୁଷ୍କର୍ମ ଅଭିଯୋଗ ଫେରାଇ ନେଲେ ମହିଳା

ଟିଏମ୍‌ସି ନେତାଙ୍କ ବିରୋଧରେ ମିଛ ଅଭିଯୋଗ କରିବା ପାଇଁ ସେମାନଙ୍କୁ ଧମକ ମିଳିଥିଲା ବୋଲି ଉକ୍ତ ମହିଳାମାନେ କହିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Sandeshkhali women

Sandeshkhali women

ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସନ୍ଦେଶଖାଲି ମାମଲା ଏବେ ୟୁ-ଟର୍ଣ୍ଣ ନେଇଛି। ଟିଏମ୍‌ସି ନେତା ଶେଖ ଶାହଜାହାଁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଫେରାଇ ନେଇଛନ୍ତି ଦୁଇ ଜଣ ମହିଳା। ମିଛ ଅଭିଯୋଗ କରିବା ପାଇଁ ସେମାନଙ୍କୁ ଧମକ ମିଳିଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି।

Advertisment

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ଅଭିଯୋଗ ଫେରାଇ ନେଇଥିବା ଦୁଇ ଜଣ ମହିଳା ସେମାନଙ୍କର ଯୌନ ଉତ୍ପୀଡନ ହୋଇନଥିବା ନେଇ ଖୁଲାସା କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚାର କିଛି ସ୍ଥାନୀୟ ନେତା ତାଙ୍କ ଘରକୁ ଆସିଥିଲେ। ଏମାନେ ଧଳା କାଗଜରେ ସେମାଙ୍କର ହସ୍ତାକ୍ଷର ନେଇଥିଲେ। ଏହାପରେ ଥାନାରେ ମିଛ ଦୁଷ୍କର୍ମ ଅଭିଯୋଗ କରାଯାଇଥିଲା।

ସନ୍ଦେଶଖାଲିର ଏହି ଦୁଇ ମହିଳାଙ୍କ କହିବା ମୁତାବକ, ବିଜେପି ନେତାମାନେ ସେମାନଙ୍କର  ଧଲା କାଗଜରେ ହସ୍ତାକ୍ଷର ନେବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଭ ମିଳିବ ବୋଲି କହିଥିଲେ। ଏହାପରେ ସେମାନଙ୍କୁ ଥାନାକୁ ନେଇ ଯାଇଥିଲେ। ସେଠାରେ ମିଛ ଯୌନ ଉତ୍ପୀଡନ ମାମଲା ରୁଜୁ କରାଯାଇଥିଲା।

Advertisment

ଆମେ ଏହି ମାମଲା ବିଷୟରେ କିଛି ଜାଣିନଥିଲୁ। ଟିଏମ୍‌ସି ନେତାଙ୍କ ଯୌନ ଉତ୍ପୀଡିନର ଶିକାର ହୋଇଥିବା ମହିଳାଙ୍କ ତାଲିକା ପ୍ରକାଶ ପାଇବା ପରେ ସେଥିରେ ଆମ ନାଁ ଥିବା ଦେଖି ଏ ବିଷୟରେ ଜାଣିବାକୁ ପାଇଥିଲୁ। ଏହା ଏକ ପୂର୍ବ ଯୋଜନାବଦ୍ଧ ଓ ମିଛ ଅଭିଯୋଗ। ଆମେ ଏହି ମିଛ ଅଭିଯୋଗର ଭାଗିଦାରୀ ହେବୁ ନାହିଁ ବୋଲି ସନ୍ଦେଶଖାଲିର ଏହି ଦୁଇ ମହିଳା କହିଛନ୍ତି।

କେବଳ ସେତିକି ନୁହେଁ ଅଭିଯୋଗ ଫେରାଇ ନେଇଥିବା ମହିଳାମାନେ ସନ୍ଦେଶଖାଲି ପୁଲିସ ଷ୍ଟେସନରେ ଏକ ଏଫ୍ଆଇଆର୍‌ ମଧ୍ୟ ରୁଜୁ କରିଛନ୍ତି। ଦୁଷ୍କର୍ମ ଅଭିଯୋଗ ଫେରାଇ ନେଇଥିବା ଯୋଗୁ ସେମାନଙ୍କୁ ଧମକ ଦିଆଯାଉଛି। ସେମାନଙ୍କୁ ବାସନ୍ଦ କରିବା ପାଇଁ ଚେଷ୍ଟା କରାଯାଉଥିବା ଉକ୍ତ ଦୁଇ ମହିଳା ନିଜ ଏଫ୍‌ଆଇଆର୍‌ କହିଛନ୍ତି।

କହିରଖୁ ଯେ, ସନ୍ଦେଶଖାଲି ମାମଲା ସାମ୍ନାକୁ ଆସିବା ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଉତ୍ତର ପରାଗଣ୨୪ ଜିଲ୍ଲାର ଟିଏମ୍‌ସି ନେତା ଶେଖ ଶାହଜାହାଁ ଓ ତାଙ୍କର କିଛି କର୍ମୀ ଏଠାକାର ଲୋକଙ୍କ ଜମି ହଡପ କରିବା ସହ ମହିଳାଙ୍କ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ଶେଖ ଶାହଜାହାଁଙ୍କୁ ଗିରଫ ମଧ୍ୟ କରିଛି।

West Bengal TMC Sandeshkhali Case Rape Complaint Withdraw