Advertisment

ଇୟରଫୋନ୍‌ ଦେଇ ରେଳ ଲାଇନ୍‌ ପାର ହେଉଥିଲେ ଦୁଇ ଭଉଣୀ, ପିଟି ଦେଲା ଟ୍ରେନ୍‌

କାନରେ ଇୟରଫୋନ୍‌ ଦେଇ ରେଳ ଲାଇନ୍‌ ପାର ହେବା କାଳ ହେଲା। ରାତି ଅଧରେ ଟ୍ରେନ୍‌ ଧକ୍କାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ ।

Train

Train

Advertisment

କାନରେ ଇୟରଫୋନ୍‌ ଦେଇ ରେଳ ଲାଇନ୍‌ ପାର ହେବା କାଳ ହେଲା। ରାତି ଅଧରେ ଟ୍ରେନ୍‌ ଧକ୍କାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଏହି ଦୁର୍ଘଟଣା ପରେ ମୃତକଙ୍କ ଆଉ ଜଣେ ଭଉଣୀଙ୍କ ପତ୍ତା ମିଳୁନି ।

Advertisment

ଏପରି ଏକ ଅଭାବନୀ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି। ଘଟଣାସ୍ଥଳରୁ ପୁଲିସ୍‌ ମୋବାଇଲ ଫୋନ୍‌ ଜବତ କରିଥିବା ବେଳ ଦୁଇ ଭଉଣୀଙ୍କ କାନରୁ ଇୟରଫୋନ୍‌ ମିଳିଛି। ମୃତ ଦୁଇ ଭଉଣୀ ୨୨ ବର୍ଷୀୟା କିରଣ ଓ ୨୦ ବର୍ଷୀୟା ସରିତା ବୋଲି ଜଣାଯାଇଛି। ଏହି ଘଟଣା ପରେ ସେମାନଙ୍କ ସାନ ଭଉଣୀ ୧୮ ବର୍ଷୀୟା ଶିବାନୀଙ୍କ ପତ୍ତା ମିଳୁନି।

ତିନି ଭଉଣୀ ଗତ ରାତିରେ ନିକଟସ୍ଥା ଗାଁରୁ ଭାଗବତ କଥା ଶୁଣି ଘରକୁ ଫେରୁଥିଲେ। ସେମାନେ ବାଟରେ ଥିବା ଏକ ରେଲୱେ ଟ୍ରାକ୍‌ ଅତିକ୍ରମ କରୁଥିବା ବେଳେ ଏହି ଅଘଟଣ ଘଟିଛି। କିରଣ ଓ ସରିତା କାନରେ ଇୟରଫୋନ୍ ଦେଇଥିବାରୁ ଟ୍ରେନ୍‌ ଶବ୍ଦ ଶୁଣି ପାରି ନ ଥିବା ଅନୁମାନ କରାଯାଉଛି।

Advertisment

ସକାଳେ ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ଶିବାନୀଙ୍କ ତଲାସୀ ଆରମ୍ଭ କରି ଦେଇଛି। ଦୁଇ ଝିଅଙ୍କ ଅଚାନକ ମୃତ୍ୟୁ ପରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଘର ଫାଟି ପଡ଼ୁଥିବା ବେଳେ ଗାଁରେ ବି ଶୋକର ଛାୟା ଖେଳି ଯାଇଛି।

Uttar Pradesh Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe