Advertisment

କକ୍‌ପିଟରେ କଲେ ପାର୍ଟି, ମଝି ଆକାଶରେ ଖେଳିଲେ ହୋଲି: ଦୁଇ ପାଇଲଟ ସସ୍‌ପେଣ୍ଡ

ଦିଲ୍ଲୀରୁ ଗୌହ୍ୱାଟୀ ଯାଉଥିବା ବିମାନରେ ଥିବା ଏହି ୨ ଜଣ ପାଇଲଟଙ୍କୁ ଓହ୍ଲାଇ ଦେଇଛି।

Spicejet pilots grounded

Spicejet pilots grounded

Advertisment

ମଝି ଆକାଶରେ ଖେଳିଲେ ହୋଲି। କକ୍‌ପିଟ୍‌ରେ କଲେ ପାର୍ଟି। ପିଇଲେ କଫି, ଖାଇଲେ ଗୁଜିଆ। ଏଭଳି କରିବା ଏବେ ଦୁଇ ଜଣ ପାଇଲଟ୍‌ଙ୍କୁ ମହଙ୍ଗା ପଡିଛି। ସ୍ପାଇସ୍‌ଜେଟ୍ ବିମାନରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

କକ୍‌ପିଟ୍ ଭିତରେ ଗୁଜିଆ ଖାଉଥିବାରୁ ୨ ଜଣ ପାଇଲଟ୍‌ଙ୍କୁ ବିମାନରୁ ଓହ୍ଲାଇ ଦେଇଛି ସ୍ପାଇସ୍‌ଜେଟ୍‌। କକ୍‌ପିଟ୍ ମଧ୍ୟରେ ଖାଦ୍ୟ ଖାଇବାକୁ ବାରଣ କରାଯାଇଥିବା ବେ‌ଳେ ସେ ଦୁହେଁ ହୋଲି ଦିନ ସେଠାରେ ଗୁଜିଆ ଖାଉଥିବାର ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ କପି ପିଇ ମଝି ଆକାଶରେ ହୋଲି ମଧ୍ୟ ଖେଳିଥିଲେ। ଫ‌ଳରେ ଦିଲ୍ଲୀରୁ ଗୌହ୍ୱାଟୀ ଯାଉଥିବା ବିମାନରେ ଥିବା ଏହି ୨ ଜଣ ପାଇଲଟଙ୍କୁ ଓହ୍ଲାଇ ଦେଇଛି। ଏଥିସହ ଦୁହିଁଙ୍କ ଉଡ଼ାଣ ଉପରେ ମଧ୍ୟ ରୋକ ଲଗାଇଛି କମ୍ପାନୀ। ଏଥିସହ ଏହି ଦୁଇ ପାଲଟଙ୍କ ବିରୋଧରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ମାର୍ଚ୍ଚ ୮ ତାରିଖ ଦିନ ସ୍ପାଇସ୍‌ଜେଟ୍‌ର ଏକ ‌ବିମାନ ଦିଲ୍ଲୀରୁ ଗୌହ୍ୱାଟୀ ଉଡ଼ାଣ ଭରିଥିଲା। ୩୭,୦୦୦ ଫୁଟ ଉପରେ ବିମାନଟି ଉଡୁଥିବା ସମୟରେ କକ୍‌ପିଟ୍ ଭିତରେ ପାଇଲଟ୍ ପାର୍ଟି କରିଥିଲେ। ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଫଟୋ ଭାଇରାଲ ହେବା ପରେ ଡିଜିସିଏ ମଙ୍ଗଳବାର ସ୍ପାଇସ୍‌ଜେଟ୍‌କୁ ଉଭୟ ପାଇଲଟଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ବିମାନ ସଂସ୍ଥା କର୍ତ୍ତୃପକ୍ଷ ପାଇଲଟ୍‌ଙ୍କ ବିରୋଧରେ ଆକ୍ସନ ନେଇଛନ୍ତି। 

Advertisment

କକ୍‌ପିଟ୍ ଭିତରେ ଖାଦ୍ୟ ଖାଇବାକୁ କମ୍ପାନି ସମସ୍ତଙ୍କୁ କଡ଼ାକଡ଼ି ଭାବେ ବାରଣ କରିଛି। ଏହି ନୀତିକୁ ସମସ୍ତ ବିମାନ କର୍ମଚାରୀ ପାଳନ କରିଥାନ୍ତି। ସମସ୍ତ ଘଟଣାର ପୂରା ତଦନ୍ତ ଶେଷ ହେବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତ ପାଇଲଟ୍ ବିମାନ ଉଡାଇ ପାରିବେ ନାହିଁ ବୋଲି ସ୍ପାଇସ୍‌ଜେଟ୍ ବିମାନ ପରିବହନ ସଂସ୍ଥାର ମୁଖପାତ୍ର କହିଛନ୍ତି।

Viral Photo DGCA Spicejet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe