/odisha-reporter/media/post_attachments/uploadimage/library/16_9/16_9_0/Encounter_1725856185.jpg)
Encounter
ପଣ୍ଡ ହେଲା ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ। ସେନା ଗୁଳିରେ ଟଳିଲେ ୨ଆତଙ୍କବାଦୀ। ଜାମ୍ମୁ କାଶ୍ମୀର ଏଲ୍ଓସି ନିକଟରେ ୨ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।
Advertisment
ପାକିସ୍ତାନରୁ କିଛି ଆତଙ୍କବାଦୀ ନୋସେରା ସୀମା ଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥଲା। ଏହି ସମୟରେ ସେନା ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସେନା ମଧ୍ୟ ଏହାର ପାଲଟ ଜବାବ ଦେଇଥିଲା। ସେନା ଗୁଳିରେ ୨ ଆତଙ୍କୀ ନିହତ ହୋଇଥିଲେ। ଏଥିସହ ବିପୁଳ ମାରଣାସ୍ତ୍ର ଜବତ କରିଥିଲା ସେନା।ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଜମ୍ମୁକଶ୍ମୀରରେ ନିର୍ବାଚନ ପାଖରେ ଆସୁଥିବା ବେଳେ ଏହାପୂର୍ବରୁ ପାକିସ୍ତାନ ଜାଣିଶୁଣି ଉପତ୍ୟକାରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି କୁହାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
