Advertisment

ଜମ୍ମୁ ଓ କଶ୍ମୀରରେ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀରରେ ୨୪ ଘଣ୍ଟାରେ ୨ଟି ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି।

author-image
Jitendra Garnayak
Army

Army

ଜମ୍ମୁ ଓ କଶ୍ମୀରର ବାରାମୂଲା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ସେମାନଙ୍କଠାରୁ ଗୋଟିଏ ଏକ-୪୭ ଓ ଗୋଟିଏ ପିସ୍ତଲ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରଳ ଗୁଳି ଓ କିଛି ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ଗତ ୨୪ ଘଣ୍ଟାରେ ଜମ୍ମୁ ଓ କଶ୍ମୀରରେ ଏହା ହେଉଛି ଦ୍ୱିତୀୟ ଏନକାଉଣ୍ଟର।

Advertisment

ପୁଲିସର ସୂଚନା ଅନୁଯାୟୀ, ମୃତ ଦୁଇ ଆତଙ୍କବାଦୀ ହେଉଛନ୍ତି ରାଜ୍ୟର ଶୋପିଆନ ଜିଲ୍ଲାର ଶକୀର ମଜିଦ ନଜର ଓ ହନାନ ଅହମଦ ସେହ। ସେମାନେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବା ପାଇଁ କାର୍ଯ୍ୟ କରୁଥିଲେ। ଗତ ମାର୍ଚ୍ଚ ମାସରେ ସେମାନେ ଲଶ୍କର-ଏ-ତୋଏବାରେ ସାମିଲ ହୋଇଥିଲେ।

ଉତ୍ତର କଶ୍ମୀରର ବାରାମୂଲା ଜିଲ୍ଲାର ୱାନିଗମ ପୟୀନ କ୍ରୀରିରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ପୁଲିସ୍ ପାଖରେ ନିର୍ଦ୍ଦିଷ୍ଟ ସୂଚନା ପହଞ୍ଚିଥିଲା। ଏହା ପରେ ଆଜି ଭୋରରୁ ଅଭିଯାନ ଆରମ୍ଭ କରାଯାଇଥିଲା। ସକାଳେ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

Advertisment

ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ଏହାର ଜବାବ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଓ ଶେଷରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

ଏହା ପୂର୍ବରୁ ଗତକାଲି କୁପୱାଡା ଜିଲାର ମାଛିଲ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ରାଜ୍ୟ ପୁଲିସ୍ ଓ ସେନା ପକ୍ଷରୁ ଏହି ମିଳିତ ଅଭିଯାନ କରାଯାଇଥିଲା।

Jammu Kashmir Indian Army