Advertisment

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍, ଅଳ୍ପକେ ଟଳିଳା ଦୁର୍ଘଟଣା

ଛତିଶଗଡ଼ର ବିଳାସପୁରରେ ଟଳିଲା ବଡ଼ ଅଘଟଣ ।

author-image
Niranjan Mishra
ଅଦ୍ୟତନ ହୋଇଛି
Train Accident

Train Accident

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍। ଛତିଶଗଡ଼ର ବିଳାସପୁରରେ ଟଳିଲା ବଡ଼ ଅଘଟଣ । ମାଲଗାଡ଼ି ଓ ମେମୁ ଟ୍ରେନ୍ ଗୋଟିଏ ଟ୍ରାକ୍‌ରେ ଆସୁଥିଲେ। ତେବେ ଦୁହେଁ ପରସ୍ପର ସହ ଧକ୍କା  ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଜୟରାମ ନଗର ଓ କୋଟମିସୋନାର ମଧ୍ୟରେ ଘଟଣା ଘଟିଛି। ତେବେ ଏହା ଏକ ସାଧାରଣ ସିଗନାଲ ପ୍ରକ୍ରିୟା ବୋଲି କହିବା ସହ ଭିଡିଓକୁ ଅଯଥାରେ ଭାଇରାଲ କରାଯାଉଥିବା ରେଳ ବିଭାଗ ସଫେଇ ଦେଇଛି।

Advertisment

ରେଲୱେ ପକ୍ଷରୁ କୁହାଯାଇଛି, ରେଲୱେ ପକ୍ଷରୁ କିଛି ବଡ଼ ତୃଟି ହୋଇନି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମାଲବାହି ଟ୍ରେନ୍‌ଟି ଅପରାହ୍ନ ସାଢ଼େ ୫ଟାରୁ ୬ଟା ମଧ୍ୟରେ ହୋମ୍‌ ସିଗ୍‌ନାଲ ଥିବା ଟ୍ରାକ୍‌ରେ ଠିଆ ହୋଇବା ବେଳେ ଏହି ସମୟରେ ଅନ୍ୟପଟୁ ଅଟୋ ସିଗ୍‌ନାଲ ପାଇ ପାସେଞ୍ଜର ଟ୍ରେନ୍‌ଟି ଆସି ଅଟକିଥିଲା। ମାତ୍ର ଏହା ଜାଣି ନ ଥିବା ଲୋକେ ଏହା ଦେଖିବା ପରେ ଏହାର ଭିଡ଼ିଓ କରି ଛାଡ଼ିଛନ୍ତି। ଗତ ୬ମାସ ଭିତରେ ଗଣମାଧ୍ୟମକୁ ବିଭ୍ରାନ୍ତି କରିବା ନିମନ୍ତେ ଏହା ତୃତୀୟ ଭିଡିଓ କରି ଦିଆଯାଇଛି ବୋଲି ରେଳ ବିଭାଗ କହିଛି।

ସୂଚନା ଥାଉକି, ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେଶନ ଠାରେ ଦୁର୍ଘଟଣା ଘଟି ପ୍ରାୟ ୨୮୮ ଜଣ ଲୋକଙ୍କ ଜୀବନ ଯିବା ଘଟଣା ମନରୁ ଲିଭି ନ ଥିବା ବେଳେ ଦୁଇ ଟ୍ରେନ୍‌ ସାମ୍ନାସାମ୍ନି ହେବା ଯାତ୍ରୀଙ୍କ ଭିତରେ ଭୟ ସଞ୍ଚାର କରିଛି।

Advertisment
Train Accident