Advertisment

ୱାର୍ଡରଙ୍କୁ ହାତୁଡ଼ିରେ ପିଟି ଜେଲରୁ ଖସି ଗଲେ ୨ କଏଦୀ

ବୀରରାଜୁ ଜେଲର ରୋଷେଇ ଘରେ ଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ରବିକୁମାର ୱାର୍ଡରଙ୍କୁ ହାତୁଡ଼ିରେ ମାଡ଼ ମାରିଥିଲେ ଓ ତାଙ୍କ ଠାରୁ ଚାବି ଛଡ଼ାଇ ନେଇ ସେଠାରୁ ଚମ୍ପଟ ମାରିଥିଲେ।

author-image
Hemant Lenka
Police

Police

ଜେଲରେ ବିଚରାଧୀନ କଏଦୀଙ୍କ ଦବଙ୍ଗଗିରି। ୱାର୍ଡରଙ୍କୁ ଆକ୍ରମଣ କରି ଖସିଗଲେ ଦୁଇ ଜଣ କଏଦୀ। ହାତୁଡ଼ିରେ ସେମାନେ ଜେଲର ମୁଖ୍ୟ ୱାର୍ଡରଙ୍କୁ ଲହୁଲୁହାଣ କରି ଚମ୍ପଟ ମାରିଛନ୍ତି। ଦୁଇ ବିଚରାଧୀନ କଏଦଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ୱାର୍ଡର ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ‌ଆନ୍ଧ୍ର ପ୍ରଦେଶର ଚୋଡାବରମ ସବ ଜେଲରୁ ଏପରି ଖବର ଆସିଛି।

Advertisment

ପୂରା ଘଟଣା ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଘଟିଛି। ପେନସନ ପାଣ୍ଠିର ହେରଫେର ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ପଞ୍ଚାୟତ ସଚିବ ନାକ୍କା ରବି କୁମାର ହଠାତ ମୁଖ୍ୟ ୱାର୍ଡର ବାସା ବୀରରାଜୁଙ୍କୁ ଆକ୍ରମଣ କରିଥିଲେ। ବୀରରାଜୁ ଜେଲର ରୋଷେଇ ଘରେ ଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ରବିକୁମାର ୱାର୍ଡରଙ୍କୁ ହାତୁଡ଼ିରେ ମାଡ଼ ମାରିଥିଲେ ଓ ତାଙ୍କ ଠାରୁ ଚାବି ଛଡ଼ାଇ ନେଇ ସେଠାରୁ ଚମ୍ପଟ ମାରିଥିଲେ।

ଏସବୁ ଭିତରେ ଚୋରି ମାମଲାରେ ଗିରଫ ହୋଇଥିବା ବେଜାୱାଡା ରାମୁ ମଧ୍ୟ ରୋଷେଇ ଘର ଭିତରେ ଆକ୍ରମଣରେ ରବିକୁମାରଙ୍କୁ ସହଯୋଗ କରିଥିଲେ। ଉଭୟ ରବିକୁମାର ଓ ରାମୁ ରୋଷେଇ ଘରେ ଜେଲ କର୍ମଚାରୀଙ୍କ ସହାୟତାରେ ନିୟୋଜିତ ହୋଇଥିଲେ। ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଧାଁଦୌଡ଼ ମଧ୍ୟରେ ରବି କୁମାର ଓ ରାମୁ ଜେଲରୁ ଖସି ଯିବାକୁ ସକ୍ଷମ ହୋଇଥିଲେ।

Advertisment

ଜେଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ପୁଲିସ୍‌କୁ ଅବଗତ କରିବା ପରେ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିବା ବେଳେ ପଡ଼ୋଶୀ ଷ୍ଟେସନଗୁଡ଼ିକୁ ମଧ୍ୟ ଆଲର୍ଟ ଜାରି କରିଛି। ଏବେ ଉଭୟଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି। ତଥାପି ଦୁଇ ଫେରାର କଏଦୀଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।

Andhra Pradesh Jail