Advertisment

Coach Assaulted: ଜାତୀୟ ଦଳରେ ଚୟନ ନ ହେବାରୁ କୋଚଙ୍କୁ ପିଟିଲେ ୩ କ୍ରିକେଟର୍‌

୩ ଖେଳାଳି ପୁଡୁଚେରୀ ପାଇଁ ହାଇଦ୍ରାବାଦରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିବେ ବୋଲି ଆଶା ରଖିଥିଲେ। କିନ୍ତୁ ଦଳରେ ସେମାନଙ୍କ ଚୟନ ନ ହେବାରୁ ସେମାନେ କୋଚଙ୍କୁ ପିଟି ଲହୁ ଲୁହାଣ କରିଛନ୍ତି।

Coach

କୋଚ ଭେଙ୍କଟରମଣ

Advertisment

କ୍ରିକେଟ ଆସୋସିଏସନ ଅଫ ପୁଡୁଚେରୀ(ସିଏପି) ପଡ଼ିଆରେ ଭୟଙ୍କର ଘଟଣା। ପଡ଼ିଆରେ ପଶି ପୁଡୁଚେରୀର ଜଣେ ଅଣ୍ଡର ୧୯ କ୍ରିକେଟ କୋଚ୍‌ଙ୍କୁ ଭୟଙ୍କର ଢଙ୍ଗରେ ମାଡ଼ ମାରିଛନ୍ତି ୩ ଜଣ ସ୍ଥାନୀୟ କ୍ରିକେଟର। ଜାତୀୟ ଦଳ ଅର୍ଥାତ ପୁଡୁଚେରୀ ଟିମରେ ୩ ଖେଳାଳିଙ୍କ ଚୟନ ନ ହେବାରୁ ସେମାନେ ଅଣ୍ଡର ୧୯ କୋଚଙ୍କ ଉପରେ ରାଗ ଶୁଝାଇଛନ୍ତି।

Advertisment

ଏହି ୩ ଖେଳାଳି ପୁଡୁଚେରୀ ପାଇଁ ହାଇଦ୍ରାବାଦରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିବେ ବୋଲି ଆଶା ରଖିଥିଲେ। କିନ୍ତୁ ଦଳରେ ସେମାନଙ୍କ ଚୟନ ନ ହେବାରୁ ସେମାନେ କୋଚଙ୍କୁ ପିଟି ଲହୁ ଲୁହାଣ କରିଛନ୍ତି। 

ଘଟଣା ପରେ ପୁଲିସ୍‌ ଫେରାର ଥିବା ୩ କ୍ରିକେଟରଙ୍କୁ ଖୋଜିବାରେ ଲାଗିଛି। ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ସେହିପରି ଆକ୍ରମଣରେ ଗୁରୁତର ହୋଇଥିବା କୋଚ ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

Advertisment

ପୁଲିସ୍‌ର କହିବା କଥା ଯେ କ୍ରିକେଟ କୋଚ ଭେଙ୍କଟରମଣ ସୋମବାର ଅପରାହ୍ନ ସମୟରେ ସିଏପି ପଡ଼ିଆରେ ନେଟ୍ସ ସେସନ୍ସ(Coaching)ର ତଦାରଖ କରୁଥିଲେ। ଏହି ସମୟରେ କାର୍ତ୍ତିକେୟନ, ଅରବିନ୍ଦରାଜ ଓ ସନ୍ତୋଷ କୁମାରନ ନାମକ ୩ ଜଣ କ୍ରିକେଟର ସେଠାରେ ପହଞ୍ଚିଥିଲେ। ପୁଡୁଚେରୀ ଟିମରୁ ସେମାନଙ୍କ ନାଁ କାହିଁକି ବାଦ ପଡ଼ିଲା ବୋଲି ସେମାନେ ଭେଙ୍କଟରମଣଙ୍କୁ ଧମକ ଦେଇ ପଚାରିଥିଲେ।

 ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ ୩ ଜଣ ଯାକ ବ୍ୟାଟ, ୱିକେଟ ଓ ହାତରେ କୋଚ ଭେଙ୍କଟରମଣକୁ ପ୍ରବଳ ପିଟିଥିଲେ। ଭେଙ୍କଟରମଣ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯିବାରୁ ୩ ଜଣ ଯାକ ସେଠାରୁ ଫେରାର ହୋଇ ଯାଇଥିଲେ।

ଆକ୍ରମଣ ଯୋଗୁ କୋଚ ଭେଙ୍କଟରମଣଙ୍କ କାନ୍ଧ ଓ ପଞ୍ଜିର ହାଡ଼ ଭାଙ୍ଗି ଯାଇଛି। କପାଳରେ ଗୋଟିଏ ବିରାଟ କ୍ଷତଚିହ୍ନ ଥିବାରୁ ୨୦ଟି ଷ୍ଟିଚ ପଡ଼ିଛି। ଏବେ ବି ତାଙ୍କ ଅବସ୍ଥା ଗୁରୁତର ଥିବାରୁ ହସ୍ପିଟାଲରେ ଚିକିତ୍ସା ଚାଲିଛି। 

ପୁଲିସ୍‌ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ କରୁଥିଲେ ହେଁ ଏଯାଏ ଫେରାର ଥିବା କ୍ରିକେଟରଙ୍କ ପତ୍ତା ମିଳିନାହିଁ। 

Coaching
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe