Advertisment

ପ୍ରକାଶ ଆମ୍ବେଦକରଙ୍କ ସହ ହାତ ମିଳାଇଲା ଉଦ୍ଧବ ଠାକରେଙ୍କ ଶିବସେନା

ଉଦ୍ଧବ ଠାକରେଙ୍କ ଶିବସେନା ଆଜି ପ୍ରକାଶ ଆମ୍ବେଦକରଙ୍କ ବଞ୍ଚିତ ବହୁଜନ ଅଘାଡ଼ି(ଭିବିଏ) ସହ ହାତ ମିଳାଇଛି।

author-image
Hemant Lenka
Uddhavs Shiv Sena

Uddhavs Shiv Sena

ଉଦ୍ଧବ ଠାକରେଙ୍କ ଶିବସେନା ଆଜି ପ୍ରକାଶ ଆମ୍ବେଦକରଙ୍କ ବଞ୍ଚିତ ବହୁଜନ ଅଘାଡ଼ି(ଭିବିଏ) ସହ ହାତ ମିଳାଇଛି। ଆଗକୁ ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ(ବିଏମସି) ନିର୍ବାଚନ ଥିବା ବେଳେ ଦୁଇ ଦଳ ଏକାଠି ହୋଇଛନ୍ତି। ଅବଶ୍ୟ ଏଯାଏ ବିଏମସି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି। କିନ୍ତୁ ଏବେ ଠାରୁ ହିଁ ଉଦ୍ଧବ ଠାକରେଙ୍କ ଶିବସେନା ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି।

Advertisment

ଆଜି ମଧ୍ୟାହ୍ନରେ ଦୁଇ ଦଳ ଏକାଠି ହୋଇଥିବା ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ ଠାକରେ କହିଛନ୍ତି, “ଉଭୟ ଡ.ବିଆର ଆମ୍ବେଦକର ଓ ବାଲା ସାହେବ ଠାକରେ ସମାଜରେ ରହିଥିବା କୁପ୍ରଥା ବିରୋଧରେ କାମ କରୁଥିଲେ। ସାଧାରଣ ଲୋକଙ୍କୁ ଅଯଥା ବିବାଦ ଓ ସମସ୍ୟା ମଧ୍ୟରେ ଜାଣିଶୁଣି ରଖାଯାଉଛି। ଏଥିଯୋଗୁ ଅତ୍ୟାଚାର ବଢ଼ୁଛି। ଆମେ ଏହି କୁପ୍ରଥା ବିରୋଧରେ ଛିଡ଼ା ପାଇଁ ଆଜି ଏକାଠି ହୋଇଛି।”

ବଞ୍ଚିତ ବହୁଜନ ଅଘାଡ଼ିର ମୁଖ୍ୟ ପ୍ରକାଶ ଆମ୍ବେଦକର କହିଛନ୍ତି, “ଶିବସେନା ଓ ବିଭିଏ ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ ଆଣିବେ। ବାଲା ସାହେବ ଠାକରେଙ୍କ ଜନ୍ମଦିନକୁ ପରିବର୍ତ୍ତନ ଦିନ ଭାବେ ନାମିତ କରାଯିବ। ଏହି ପଦକ୍ଷେପ ରାଜନୀତିକ ସମୀକରଣକୁ ବଦଳାଇବାକୁ ସକ୍ଷମ ହେବ। ରାଜନୀତିକ ଦଳଗୁଡ଼ିକ ସେମାନଙ୍କ ପୁରୁଣା ସମ୍ପର୍କକୁ ଶେଷ କରିବା ଭଳି ଅନେକ ଘଟଣା ଘଟିଛି। କିନ୍ତୁ ଗୋଟିଏ ରାଜନୀତିକ ଦଳର ବିଜୟ ଲୋକମାନେ ହିଁ ସ୍ଥିର କରନ୍ତି। କେହି ବି ଆମ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବଦଳାଇ ପାରିବେନି।”

Advertisment

ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଥିବା ତାଙ୍କର ମତଭେଦ ସମ୍ପର୍କରେ ମଧ୍ୟ ଆମ୍ବେଦକର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ତାଙ୍କ ସହ ମୋର ମତପାର୍ଥକ୍ୟ ନିର୍ଦ୍ଦେଶ ଓ ନେତୃତ୍ୱକୁ ନେଇ ରହିଛି। ଏହା ବ୍ୟକ୍ତିଗତ ନୁହେଁ। ମୁଁ ଏବେ ବି ଆଶା ରଖିଛି ଯେ ସେମାନେ(ଏନସିପି) ଆସିବେ ଓ ଆମ ମେଣ୍ଟରେ ସାମିଲ ହେବ।”

Uddhav Thackeray Shiv Sena Maharashtra Politics