Advertisment

ମୁନିସପାଲିଟି ଅଫିସ୍‌ରଙ୍କୁ ଚାପୁଡ଼ା ମାରିଲେ, ଟେକି କଚାଡ଼ି ଦେଲେ ଉଦ୍ଧବ ସେନା

ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ(ବିଏମ୍‌ସି) ଅଫିସ୍‌ରଙ୍କୁ ଚାପୁଡ଼ା ମାରିଲେ ଓ ଉଠାଇ କଚାଡ଼ି ଦେଲେ ଠାକରେ ସେନା ପ୍ରତିନିଧି ଦଳର ସଦସ୍ୟ।

ଅଦ୍ୟତନ ହୋଇଛି
An officer of the Mumbai civic body was thrashed by members of Uddhav Thackeray's Sena

An officer of the Mumbai civic body was thrashed by members of Uddhav Thackeray's Sena

Advertisment

ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ(ବିଏମ୍‌ସି) ଅଫିସ୍‌ରଙ୍କୁ ଚାପୁଡ଼ା ମାରିଲେ ଓ ଉଠାଇ କଚାଡ଼ି ଦେଲେ ଠାକରେ ସେନା ପ୍ରତିନିଧି ଦଳର ସଦସ୍ୟ। ଏକ ବେଆଇନ ଶିବ ସେନା ଶାଖା ବିରୋଧରେ ଅଫିସର ଜଣକ ଗତ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଏଭଳି ଭାବେ ରାଗ ସୁଝାଇଛନ୍ତି ଠାକରେ ସେନା ସଦସ୍ୟ।

Advertisment

ବିଏମ୍‌ସି ପକ୍ଷରୁ ବାନ୍ଦ୍ରାରେ ଥିବା ଶିବ ସେନାର ଏହି ବେଆଇନ ବ୍ରାଞ୍ଚକୁ ଉଚ୍ଛେଦ କରାଯାଇଛି। ଯେତେବେଳେ କି ଏହି ସମୟରେ ଶିବ ସୈନିକମାନେ ଏହି ଶାଖା କାର୍ଯ୍ୟାଳୟ ଉପରେ ଲାଗିଥିବା ବାଲ ଠାକରେଙ୍କ ଫଟୋ କାଢ଼ିବାକୁ ଅନୁମତି ମାଗିଥିଲେ। ହେଲେ ବିଏମ୍‌ସି ଏହି ଅନୁମତି ଦେଇ ନ ଥିଲା। ଏଥିସହ ଉଚ୍ଛେଦ ବେଳେ ବାଲ ଠାକେରଙ୍କ ଫଟୋକୁ ହଟାଇବା ବେଳେ କ୍ଷତି ପହଞ୍ଚାଇଥିଲେ। ଏହି ଅଭିଯୋଗକୁ ନେଇ ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଥିଲା।

ଏହାକୁ ନେଇ ଉଦ୍ଧବ ସେନାର ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ଅନିଲ ପରବ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଆଜି ବିଏମ୍‌ସି ଅଫିସ୍‌ରେ ପହଞ୍ଚିବା ପରେ ଅଫିସରମାନଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରତିନିଧି ଦଳ ଚିତ୍କାର କରି ଅଭିଯୋଗ କହିବା ବେଳେ ସେମାନଙ୍କ ଭିତରୁ କିଛି ସଦସ୍ୟ ମୁନିସପାଲିଟି ଅଫିସ୍‌ରଙ୍କୁ ବାଡେଇଥିଲେ। ଏହି ସମୟରେ ପୁଲିସ ଉପସ୍ଥିତ ଥିଲେ ହେଁ ଅଘଟଣକୁ ଅଟକାଇ ପାରି ନ ଥିଲା। ଏହି ଘଟଣା ପରେ ମହାରାଷ୍ଟ୍ର ରାଜନୀତି ଆହୁରି ତାତିଛି। 

Advertisment
Maharashtra Govt Sivsena Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe