Advertisment

ଗଡକାରୀଙ୍କୁ ଉଦ୍ଧବଙ୍କ ଅଫର- ଆମ ସହ ସାମିଲ ହୁଅ, ମନ୍ତ୍ରୀ ପଦ ପକ୍କା

ବିଜେପିର ବରିଷ୍ଠ ନେତା ନୀତୀନ ଗଡ଼କାରୀଙ୍କୁ ଖୋଲା ମଞ୍ଚରେ ଏପରି ଅଫର ଦେଇଛନ୍ତି ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ।

Uddhav Thackeray & Nitin Gadkar

Uddhav Thackeray & Nitin Gadkar

Advertisment

“ତୁମେ ବିଜେପି ଛାଡ଼ି ଆମ ସହ ସାମିଲ ହୋଇ ଯାଅ। ତୁମ୍‌ ଜିତିବା ସୁନିଶ୍ଚିତ କରିବୁ । ତୁମକୁ ମନ୍ତ୍ରୀ ପଦ ବି ଦେବୁ ।” ବିଜେପିର ବରିଷ୍ଠ ନେତା ନୀତୀନ ଗଡ଼କାରୀଙ୍କୁ ଖୋଲା ମଞ୍ଚରେ ଏପରି ଅଫର ଦେଇଛନ୍ତି ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ।

Advertisment

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନାଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରହିଛି। ହେଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କ ନାଁ ତାଲିକାରେ ନାହିଁ।

ଗତକାଲି ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ଅବସରରେ ଉଦ୍ଧବ ଠାକରେ କହିଛନ୍ତି, ବହୁ ଭ୍ରଷ୍ଟାଚାରୀ ନେତାଙ୍କ ନାମ ବିଜେପି ନିଜ ପ୍ରଥମ ପର୍ଯ୍ୟାୟ ତାଲିକାରେ ଘୋଷଣା କରିଛି। ହେଲେ ଗଡ଼କାରୀଙ୍କ ନାଁ ଗାଏବ ହୋଇ ଯାଇଛି।

Advertisment

ତେଣୁ ସେ ଗଡକାରୀଙ୍କୁ ନିଜ ଦଳରେ ସାମିଲ ହେବାର ଅଫର ଦେଇଛନ୍ତି। ଏଥିସହ ସେ କହିଛନ୍ତି, ବିଜେପିର ଏପରି କାର୍ଯ୍ୟ ଦ୍ୱାରା ଯଦି ଗଡକାରୀ ଅପମାନିତ ମନେ କରୁଛନ୍ତି, ତେବେ ବିଜେପି ଛାଡ଼ି ଶିବସେନା (ୟୁବିଟି)ରେ ସାମିଲ ହୋଇ ଯାଆନ୍ତୁ। ଆମେ ତାଙ୍କ ଜିତିବା ଗ୍ୟାରେଣ୍ଟି ଦେବୁ ଓ ମନ୍ତ୍ରୀ ପଦରେ ବି ବସାଇବୁ ।

ମାତ୍ର ଉଦ୍ଧବ ଠାକରେଙ୍କ ଏପରି ମନ୍ତବ୍ୟକୁ ହାସ୍ୟାସ୍ପଦ ଓ ଅପରିପକ୍ୱ ବୋଲି କହିଛନ୍ତି ଗଡକାରୀ। ଏଥିସହ ସେ କହିଛନ୍ତି ବିଜେପିର ପ୍ରାର୍ଥୀ ତାଲିକା ଘୋଣା ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରଣାଳୀ ରହିଛି। ଶିବସେନା ନେତାଙ୍କୁ ବିଜେପି ନେତାଙ୍କ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ବି କହିଛନ୍ତି ଗଡକାରୀ ।

ନୀତୀନ ଗଡକାରୀଙ୍କ ନାଁ ବିଜେପିର ପ୍ରାର୍ଥୀ ତାଲିକାରେ ନ ଥିବା ଘଟଣାକୁ କିଛି ଦିନ ପୂର୍ବେ କଟାକ୍ଷ କରିଥିଲେ ଉଦ୍ଧବ ଠାକରେ। ଗଡକରୀଙ୍କୁ ଖୋଲାଖୋଲି ପ୍ରଶଂସା କରି ଉଦ୍ଧବ କହିଥିଲେ, ୨୦୧୪ରୁ ଗଡକରୀ ନାଗପୁର ଲୋକସଭା ନିର୍ବାନନ ମଣ୍ଡଳୀରୁ ଜିତି ଆସୁଛନ୍ତି। ସେ ବିଜେପିର ଜଣେ ହେଭିୱେଟ। ତଥାପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନାହିଁ ।

ଏଥିସହ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ସେ ସମାଲୋଚନା କରି କହିଥିଲେ, “ବିରୋଧୀ ଦଳଗୁଡ଼ିକୁ ଧ୍ୱଂସ କରି ଦେବା ପାଇଁ ହେଉଥିବା ରାଜନୀତି କେବେ ହେଲେ ସଫଳ ହେବ ନାହିଁ। ଏହାକୁ କେହି ବି ସହ୍ୟ କରିବେ ନାହିଁ। ଜୁମଲାର ନାଁ ପରିବିର୍ତ୍ତନ କରି ଗ୍ୟାରେଣ୍ଟୀ ରହିବା ଦରକାର।”

Bjp Udhav Thackray Nitin Gadkari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe