Advertisment

ଦିଲ୍ଲୀ ପାଇଁ କେନ୍ଦ୍ରର ଅଧ୍ୟାଦେଶ: କେଜ୍ରିୱାଲଙ୍କୁ ଉଦ୍ଧବ ଠାକରେଙ୍କ ସମର୍ଥନ

ଏହି ଆହ୍ୱାନକୁ ଆହୁରି ବଳ ଦେବା ପାଇଁ ଆଜି କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କୁ ସାଥୀରେ ଧରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକାରେଙ୍କୁ ଭେଟିଛନ୍ତି।

ଅଦ୍ୟତନ ହୋଇଛି
 Arvind Kejriwal

Arvind Kejriwal

Advertisment

ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଅଧିକାର ଉପ ରାଜ୍ୟପାଳଙ୍କୁ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଜଣଙ୍କ ପରେ ଜଣେ ବିରୋଧୀ ଏକାଠି ହେବାରେ ଲାଗିଛନ୍ତି। କେନ୍ଦ୍ରର ଅଧ୍ୟାଦେଶକୁ ସଂସଦରେ ମାତ ଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିରୋଧୀ ଏକ ହେବାକୁ ଆହ୍ୱାନ ଦେଇଥିଲେ।

Advertisment

ଏହି ଆହ୍ୱାନକୁ ଆହୁରି ବଳ ଦେବା ପାଇଁ ଆଜି କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କୁ ସାଥୀରେ ଧରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଉଦ୍ଧବଙ୍କ ମୁମ୍ବାଇ ସ୍ଥିତ ମାତାଶ୍ରୀ ବାସଭବନରେ ବୈଠକ ହୋଇଥିଲା। ଭେଟଘାଟ ବେଳେ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଉଦ୍ଧବଙ୍କ ଶିବସେନା କେଜ୍ରିୱାଲଙ୍କ ସମର୍ଥନ କରିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ଉଦ୍ଧବ ଠାକରେ ପ୍ରତିଶ୍ରୁତି ଦେଇଥିବା କେଜ୍ରିୱାଲ ଭେଟଘାଟ ପରେ ସୂଚନା ଦେଇଛନ୍ତି।

ଉଦ୍ଧବ, କେଜ୍ରିୱାଲ ଓ ମାନଙ୍କ ବ୍ୟତୀତ ମୁମ୍ବାଇ ବୈଠକରେ ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଓ ରାଘବ ଚଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

Advertisment

କେଜ୍ରିୱାଲ କହିଛନ୍ତି, “ଉଦ୍ଧବ ଠାକରେ ଆମକୁ ସଂସଦରେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଏହି ବିଲ୍‌(ଅଧ୍ୟାଦେଶ) ସଂସଦରେ ପାରିତ ନ ହୁଏ, ତା’ହେଲେ ୨୦୨୪ରେ ମୋଦି ସରକାର ଆଉ କ୍ଷମତାକୁ ଆସିପାରିବେ ନାହିଁ।”

ଉଦ୍ଧବ ଠାକରେ କହିଛନ୍ତି, “ଦେଶ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ। ମୁଁ ଭାବୁଛି ଆମକୁ ବିରୋଧୀ ଦଳା କହିବା କଥା ନୁହେଁ, ବରଂ କେନ୍ଦ୍ରକୁ ବିରୋଧୀ କହିବା ଦରକାର। କାରଣ ସେମାନେ ଗଣତନ୍ତ୍ର ଓ ସମ୍ବିଧାନକୁ ବିରୋଧ କରୁଛନ୍ତି।”

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଲଢ଼େଇ ଆରମ୍ଭ କରିଥିବା ଆପ୍‌ ପକ୍ଷରୁ କେଜ୍ରିୱାଲ ଓ ମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ତାଙ୍କ ଦଳ ଟିଏମସି ମଧ୍ୟ ସଂସଦରେ ଆପ୍‌କୁ ସମର୍ଥନ କରିବ ବୋଲି କହିଛନ୍ତି। ଏହାବାଦ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କେଜ୍ରିୱାଲଙ୍କୁ ଭେଟି କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମତ ରଖିଥିଲେ।

ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଇଥିଲେ। ହେଲେ ଏହାକୁ ଅକାମୀ କରିବା ପାଇଁ ଗତ ଶୁକ୍ରବାର ହଠାତ୍‌ କେନ୍ଦ୍ର ସରକାର ଗୋଟିଏ ଅଧ୍ୟାଦେଶ ଜାରି କରିଥିଲେ। ନିର୍ବାଚିତ ସରକାର ନୁହନ୍ତି, ବରଂ ଉପ ରାଜ୍ୟପାଳ ହିଁ ବଦଳି ଓ ପୋଷ୍ଟିଂ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଏହି ଅଧ୍ୟାଦେଶରେ କୁହାଯାଇଛି। ତେଣୁ ଏହାକୁ କେଜ୍ରିୱାଲ ଓ ଆପ ବିରୋଧ କରିବାରେ ଲାଗିଛନ୍ତି।

Bhagwant Mann Uddhav Thackeray Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe