Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀକୁ ନେଇ ତେର୍ଚ୍ଛାବାଣ ମାରିଲେ ଉଦ୍ଧବ ଠାକରେ

ଗୁଜରାଟ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏ ସମ୍ପର୍କିତ ଆବେଦନକୁ ଖାରଜ କରିଥିଲେ ହେଁ ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ଉଠାଇଛନ୍ତି।

ଅଦ୍ୟତନ ହୋଇଛି
Uddhav Thackeray

Uddhav Thackeray

Advertisment

କୋର୍ଟଙ୍କ ରାୟ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲେଜ ଡିଗ୍ରୀକୁ ନେଇ ବିରୋଧୀଙ୍କ ମୁହଁ ବନ୍ଦ ହୋଇନି। ଗୁଜରାଟ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏ ସମ୍ପର୍କିତ ଆବେଦନକୁ ଖାରଜ କରିଥିଲେ ହେଁ ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ଉଠାଇଛନ୍ତି।

Advertisment

ସେ କଲେଜ ଡିଗ୍ରୀ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି। କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିବା ବେଳେ ଗୁଜରାଟ ହାଇକୋର୍ଟ ତାଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଇଥିଲେ।

ଏବେ ଉଦ୍ଧବ ଠାକରେ ଏହି ପ୍ରସଙ୍ଗରେ କହିଛନ୍ତି ଯେ “ଦେଶରେ ଅନେକ ଯୁବକ ଡିଗ୍ରୀ ଧରି ରହିଥିଲେ ହେଁ ସେମାନଙ୍କୁ ଚାକିରି ମିଳୁନି। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଡିଗ୍ରୀ ଦେଖାଇବାକୁ କୁହାଯାଉଛି ସେତେବେଳେ ୨୫ ହଜାର ଟଙ୍କାର ଫାଇନ ଲାଗୁ କରାଯାଉଛି। କ’ଣ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ କଲେଜରେ ପଢ଼ୁଥିଲେ ସେଠାକାର କର୍ତ୍ତୃପକ୍ଷ ଗର୍ବ କରିବା ପାଇଁ ସାମ୍ନାକୁ ଆସୁ ନାହାନ୍ତି? ଯେଉଁଠାରେ ପ୍ରଧାନମନ୍ତ୍ରୀ ପଢ଼ୁଥିଲେ, ସେ କଲେଜ କାହିଁକି ସାମ୍ନାକୁ ଆସୁନି?”

Advertisment

ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ନେତୃତ୍ୱ ନେଉଥିବା ଉଦ୍ଧବ ଠାକରେ ବିଜେପିକୁ ମଧ୍ୟ ସମାଲୋଚନା କରିଛନ୍ତି। କଂଗ୍ରେସ ଓ ଏନସିପି ସହ ମିଶି ଉଦ୍ଧବ ଠାକରେ ଏକଦା ମହରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ୩ ଦଳ ଭିତରେ ଆଦର୍ଶଗତ ପାର୍ଥକ୍ୟ ଥିଲେ ମଧ୍ୟ କ୍ଷମତା ପାଇଁ ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପି ସହ ହାତ ମିଳାଇଥିଲେ ବୋଲି ବିଜେପି ବାରମ୍ବାର ଅଭିଯୋଗ କରି ଆସିଥିଲା।

ଏହାର ଜବାବରେ ଉଦ୍ଧବ ଠାକେର କହିଛନ୍ତି, “ହଁ, ଆମେ କ୍ଷମତା ପାଇଁ ଏକାଠି ହୋଇଥିଲୁ। କିନ୍ତୁ କ୍ଷମତା ଚାଲିଯିବା ପରେ ମଧ୍ୟ ଆମେ ଏକାଠି ଅଛୁ ଓ ପୂର୍ବଠାରୁ ଆହୁରି ଶକ୍ତିଶାଳୀ ହୋଇଛୁ। ଯେତେବେଳେ ବି ନିର୍ବାଚନ ଆସିଲା, ସେମାନେ(ବିଜେପି) ଲୋକଙ୍କ ଧ୍ରୁବୀକରଣ ଆରମ୍ଭ କରୁଛନ୍ତି। ସେମାନେ କହୁଛନ୍ତି ଯେ ବର୍ତ୍ତମାନ ମହାନ ହିନ୍ଦୁ ପ୍ରଧାନମନ୍ତ୍ରୀ ଅଛନ୍ତି। ଏହା ସତ୍ତ୍ୱେ ଆକ୍ରୋଶ ସଭା କରୁଛନ୍ତି। କୁଆଡ଼େ ଗଲା ତାଙ୍କ ମହାନତା?

ସେମାନେ ମୋ ଉପରେ ଅଭିଯୋଗ ଲଗାଉଛନ୍ତି ଯେ ମୁଁ ହିନ୍ଦୁତ୍ୱକୁ ଛାଡ଼ି ଦେଇଛି। ହେଲେ ମୁଁ ହିନ୍ଦୁତ୍ୱ ଛାଡ଼ି ଦେଇଛି ବୋଲି ସେମାନେ ଗୋଟିଏ ଉଦାହରଣ ଦିଅନ୍ତୁ। ସମ୍ବିଧାନକୁ ଛୁଇଁ ଶପଥ ନେଇବା ପରେ ଯଦି ଆପଣମାନେ ଧ୍ରୁବୀକରଣ ରାଜନୀତି କରିବେ, ତା’ହେଲେ ଆପଣ ସମ୍ବିଧାନକୁ ଅପମାନିତ କରୁଛନ୍ତି।”

ସେ ଦାବି କରିଛନ୍ତି ଯେ ବିଜେପି ନ୍ୟାୟପାଳିକାକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି। ହେଲେ ସୌଭାଗ୍ୟବଶତଃ ଏଥିପାଇଁ ଅନୁମତି ପାଇନି। ଉଦ୍ଧବ ଏହି ସମୟରେ ଇସ୍ରାଏଲର ଉଦହାରଣ ମଧ୍ୟ ଦେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନ୍ୟାୟପାଳିକା ଉପରେ ନିୟନ୍ତ୍ରଣ କରିବାକୁ ବିଲ ଆଣିଥିଲେ। ହେଲାକୁ ସେଠାରକାର ଲୋକ ଜୋରଦାର ବିରୋଧ କରିଥିଲେ। ଫଳରେ ସରକାର ବାଧ୍ୟ ହୋଇ ଏହା ଉପରେ ରୋକ ଲଗାଇଛନ୍ତି।

Bjp Narendra Modi Uddhav Thackeray Arvind Kejriwal Maharashtra High Court Of Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe