Advertisment

ରାହୁଲ ଗାନ୍ଧିଙ୍କ ସବରକର ବୟାନ, କଂଗ୍ରେସ ଡିନର ପାର୍ଟିରେ ସାମିଲ ହେବନି ଶିବସେନା

ଉଦ୍ଧବ ଠାକରେ ଗୋଷ୍ଠୀର ଏମପି ସଞ୍ଜୟ ରାଉତ କହିଥିଲେ ଯେ, ବୀର ସବରକରଙ୍କ ଅପମାନକୁ ନେଇ ଦଳର କେହିବି ନେତା ଏହି ଡିନର ପାର୍ଟିରେ ସାମିଲ ହେବେ ନାହିଁ ।

author-image
Tapas Behera
ଅଦ୍ୟତନ ହୋଇଛି
Uddhav Thackeray

Uddhav Thackeray

ବୀର ସବରକରଙ୍କୁ ନେଇ କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧି ଦେଇଥିବା ବୟାନ ଉପରେ ଏହାର ସହଯୋଗୀ ଶିବସେନା ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଫଳରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ଡିନର ପାର୍ଟିକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ଶିବସେନା। ଖାଡ଼ଗେ ସମସ୍ତ ବିରୋଧୀ ଦଳର ଏମପିଙ୍କ ପାଇଁ ସୋମବାର ସନ୍ଧ୍ୟାରେ ନିଜ ଘରେ ଡିନର ପାର୍ଟି ରଖିଥିଲେ । ଉଦ୍ଧବ ଠାକରେ ଗୋଷ୍ଠୀର ଏମପି ସଞ୍ଜୟ ରାଉତ କହିଥିଲେ ଯେ, ବୀର ସବରକରଙ୍କ ଅପମାନକୁ ନେଇ ଦଳର କେହିବି ନେତା ଏହି ଡିନର ପାର୍ଟିରେ ସାମିଲ ହେବେ ନାହିଁ ।

Advertisment

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଏକ ପ୍ରେସ କନଫରେନ୍ସରେ କହିଥିଲେ ମୋ ନାମ ସବରକର ନୁହେଁ, ମୋ ନାଁ ଗାନ୍ଧି, ଗାନ୍ଧି କାହୁକୁ କ୍ଷମା ମାଗନ୍ତି ନାହିଁ । ତେବେ ଏହି ବୟାନକୁ ପ୍ରତିବାଦ କରି ଠାକ୍‌ରେ କହିଛନ୍ତି, ଯଦି କଂଗ୍ରେସ ନେତା ଆମର ଭଗବାନଙ୍କୁ ଅପମାନ ଦେବା ବନ୍ଦ ନକରିବେ ତେବେ ମହାରାଷ୍ଟ୍ର ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି ‌ହେବ। ଉଦ୍ଧବ କହିଛନ୍ତି, ରାହୁଲଙ୍କୁ ମୁଁ ଏହା କହିବାକୁ ଚାହୁଛି ଯେ ଆମେମାନେ ଏକାଠି ହେଲେ, ତାହା ଠିକ୍। ଆମେ ଦେଶର ଗଣତନ୍ତ୍ର ଏବଂ ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ଏକାଠି ହେଲେ। କିନ୍ତୁ ଏଭଳି କିଛି ମନ୍ତବ୍ୟ ଦିଅନାହିଁ ଯାହା ଆମ ଭିତରେ ଫାଟ ସୃଷ୍ଟି କରିବ।

ବିଜେପି ଆପଣଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟ‌ା କରୁଛି। ଯଦି ଆମେ ଏଥର ସୁଯୋଗ ହରାଇଦେବା ତେବେ ଦେଶ ଏକଛତ୍ରବାଦ ଆଡ଼କୁ ଚାଲିଯିବ। ରାହୁଲ ମଧ୍ୟ ଭାରତ ଯୋଡ଼ୋ ଯାତ୍ରା ସମୟରେ ବୀର ସବରକରଙ୍କୁ ସମା‌ଲୋଚନା କରି ଦେଇଥିବା ଟିପ୍ପଣୀ ପାଇଁ କଂଗ୍ରେସ ଏବଂ ଉଦ୍ଧବଙ୍କ ଦଳ ମଧ୍ୟରେ ବିବାଦ ଦେଖାଦେଇଥିଲା।

Advertisment
Congress