/odisha-reporter/media/post_attachments/uploadimage/library/16_9/16_9_0/Stalin_1706887550.jpg)
Stalin
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତଥା ରାଜ୍ୟର ମନ୍ତ୍ରୀ ଉଦୟନିଧିଙ୍କୁ ଆଜି ବେଙ୍ଗାଲୁରୁର ଗୋଟିଏ କୋର୍ଟ ହାଜର ହେବାକୁ ସମନ କରିଛନ୍ତି। ସେ ସନାତନ ଧର୍ମକୁ ନେଇ ଦେଇଥିବା ଟିପ୍ପଣୀ ପାଇଁ ତାଙ୍କୁ ସମନ କରାଯାଇଛି।
ବେଙ୍ଗାଲୁରୁରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ପରମେଶ ନାମକ ଜଣେ ବ୍ୟକ୍ତି ଉଦୟନିଧିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି କୋର୍ଟ ଉଦୟନିଧିଙ୍କୁ ଆସନ୍ତା ୪ ତାରିଖରେ ହାଜର ହେବାକୁ ସମନ ପଠାଇଛନ୍ତି। ସେ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ମାମଲାର ଶୁଣାଣି ହେବ।
ଗତବର୍ଷ ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ ଓ ମାଲାରିଆ ସହ ତୁଳନା କରି ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହାକୁ ନେଇ ପୂରା ଦେଶରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଥିଲା।
୨୦୨୩ ମସିହା ସେପ୍ଟେମ୍ବର ମାସରେ ଜୁନିୟର ଷ୍ଟାଲିନ କହିଥିଲେ ଯେ ସନାତନ ଧର୍ମ ସାମାଜିକ କଲ୍ୟାଣ ଓ ଏକତା ବିରୋଧୀ। ଏହାର ମୂଳପୋଛ ହେବା ଦରକାର। ତାଙ୍କର ଏପରି ବୟାନକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଥିଲା। କିନ୍ତୁ ଷ୍ଟାଲିନ ନିଜ ବୟାନରେ କାଏମ ରହିବା ସହ ସବୁବେଳେ ସନାତନ ଧର୍ମକୁ ବିରୋଧ କରିବେ ବୋଲି କହିଥିଲେ।
ତାଙ୍କର ଏପରି ସନାତନ ଧର୍ମ ବିରୋଧୀ ବୟାନ ପାଇଁ ପରମେଶ ନାମକ ଜଣେ ବ୍ୟକ୍ତି ଆଇନଜୀବୀ ଧର୍ମପାଲଙ୍କ ଜରିଆରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
