Advertisment

୧୫ ତାରିଖରେ ହେବାକୁ ଥିବା UGC-NET ପରୀକ୍ଷା ସ୍ଥଗିତ

ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ।

author-image
Debadatta Aryashrestha
UGC Net Exam

UGC Net Exam

ଜାନୁଆରୀ ୧୫ତାରିଖରେ ହେବାକୁ ଥିବା ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଏହି ତାରିଖରେ ପାଳନ ହେବାକୁ ଥିବା ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି। ପରୀକ୍ଷା ସ୍ଥଗିତ ରଖାଯିବା ସମ୍ପର୍କରେ ଏନଟିଏ ଆଧିକାରୀକ ୱେବସାଇଟ୍ ugcnet.nta.ac.inରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ତେବେ ଜାନୁଆରୀ ୧୫ତାରିଖରେ ଗଣଯୋଗାଯୋଗର ନେଟ୍ ପରୀକ୍ଷା ହେବାକୁ ପୂର୍ବରୁ ସୂଚୀ ପ୍ରକାଶ ପାଇଥିଲା। ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ଏହି ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ। ଅନ୍ୟପଟେ ଜାନୁଆରୀ  ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ।

ଏନଟିଏ ଏହାର ଆଧିକାରୀକ ୱେବସାଇଟରେ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପୋଙ୍ଗଲ, ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ୧୫ ଜାନୁଆରୀ ୨୦୨୫ରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ଏହି ୱେବସାଇଟରେ ପରୀକ୍ଷାର ନୂଆ ତାରିଖ ଉପଲବ୍ଧ ହେବ। ତେଣୁ ପରୀକ୍ଷା ସମ୍ବନ୍ଧୀୟ ଯେ କୌଣସି ଜରୁରୀ ସୂଚନା ସମ୍ପର୍କରେ ଅବଗତ ହେବା ପାଇଁ ଅଫିସିଆଲ୍ ୱେବସାଇଟ୍ ଉପରେ ନଜର ରଖିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି।

Advertisment
Pongal NTA UGC NET UGC NET Exam Postponed National Testing Agency Makar Sankranti