Advertisment

୨୦୨୦ରୁ ଜେଲରେ ଥିବା ଉମର ଖାଲିଦଙ୍କୁ ୭ ଦିନ ପାଇଁ ମିଳିଲା ବେଲ୍‌

ଖାଲିଦ ପାରିବାରିକ ବିବାହ ପାଇଁ ୭ ଦିନର ଜାମିନ ପାଇଛନ୍ତି। ଡିସେମ୍ବର ୨୮ରୁ ଜାନୁଆରୀ ୩ ଯାଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

Umar Khalid

Umar Khalid

Advertisment

ଦୀର୍ଘ ୪ ବର୍ଷ ହେଲା ଜେଲରେ ରହିଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଶେଷରେ ଜାମିନ ମିଳିଛି। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୭ ଦିନ ପାଇଁ ଜାମିନ ଦେଇଛନ୍ତି। ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣା ପରେ ଖାଲିଦଙ୍କୁ କଠୋର ୟୁଏପିଏ ବଳରେ ଗିରଫ କରାଯାଇଥିଲା।

Advertisment

ସେବେଠାରୁ ଜେଲରେ ଥିବା ଖାଲିଦ ପାରିବାରିକ ବିବାହ ପାଇଁ ୭ ଦିନର ଜାମିନ ପାଇଛନ୍ତି। ଡିସେମ୍ବର ୨୮ରୁ ଜାନୁଆରୀ ୩ ଯାଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

ବାହାଘରରେ ସାମିଲ ହେବାକୁ ଖାଲିଦ ୧୦ ଦିନର ଜାମିନ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ବିଭିନ୍ନ ପ୍ରକାରର ସର୍ତ୍ତ ସହ ତାଙ୍କୁ ୭ ଦିନର ଜାମିନ ଦେଇଛନ୍ତି। ନିଜର ଆଭ୍ୟନ୍ତରୀଣ ଜାମିନ ଆବେଦନରେ ଖାଲିଦ କହିଥିଲେ ଯେ ଜାନୁଆରୀ ୧ରେ ତାଙ୍କ ସମ୍ପର୍କୀୟଙ୍କ ବାହାଘର ଅବଦୁଲ ଫଜଲ ଏନକ୍ଲେଭର ମସଜିଦ ଇଶାତ ଇସଲାମରେ ହେବ। ନିକା ପରେ କାଲିନ୍ଦି କୁଞ୍ଜରେ ଡିନର ପାର୍ଟି ରହିଛି।

Advertisment

ବାହାଘର ପୂର୍ବରୁ ହଳଦୀ ଓ ମେହେନ୍ଦି କାର୍ଯ୍ୟକ୍ରମ ଯଥାକ୍ରମେ ଡିସେମ୍ବର ୩୦ ଓ ୩୧ରେ ହେବ। ଆମେରିକାରୁ ଆସିଥିବା ଭଉଣୀଙ୍କୁ ମଧ୍ୟ ଦେଖା କରିବାର ଅଛି। ତେବେ ନାଗପୁରରେ ହେବାକୁ ଥିବା ନୈଶ୍ୟ ଭୋଜିରେ ସେ ସାମିଲ ହେବାକୁ ଚାହୁଁ ନଥିବା କଥା କହି ୧୦ ଦିନର ଜାମିନ ଆବେଦନ କରିଥିଲେ। 

ଶାହଦାରା କୋର୍ଟର ଅତିରିକ୍ତ ସେସନ୍ସ ଜଜ ସମୀର ବାଜପାଇ ଏହି ଆବେଦନର ଶୁଣାଣି କରି ଖାଲିଦଙ୍କୁ ୭ ଦିନ ପାଇଁ ଜାମିନ ଦେଇଛନ୍ତି। ଡିସେମ୍ବର ୨୮ ସକାଳୁ ଜାନୁଆରୀ ୩ ସନ୍ଧ୍ୟା ଯାଏ ଖାଲିଦ ଜେଲ ବାହାରେ ରହିପାରିବେ। ଏଥିପାଇଁ ତାଙ୍କୁ ବ୍ୟକ୍ତିଗତ ୨୦ ହଜାର ଟଙ୍କାର ବଣ୍ଡ ଦାଖଲ କରିବାକୁ କୋର୍ଟ କହିଛନ୍ତି। 

କୋର୍ଟ ଜାମିନ ପ୍ରଦାନ କରିବା ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଜାମିନରେ ଥିବା ବେଳେ ଖାଲିଦ କେବଳ ନିଜ ପରିବାର, ସମ୍ପର୍କୀୟ ଓ ବନ୍ଧୁମାନଙ୍କୁ ଭେଟି ପାରିବେ। ସେ ସବୁବେଳେ ଘର ଭିତରେ କିମ୍ବା ବାହାଘର ହେଉଥିବା ମଣ୍ଡପରେ ରହିବେ। ସେ ସୋଶାଲ ମିଡିଆର ବ୍ୟବହାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। 

୨୦୨୦ ଉତ୍ତର ଦିଲ୍ଲୀରେ ହୋଇଥିବା ଭୟଙ୍କର ଦଙ୍ଗା ଘଟଣାରେ ପୁଲିସ୍‌ ଖାଲିଦଙ୍କୁ ସେହିବର୍ଷ ସେପ୍ଟେମ୍ବର ୧୪ରେ ଗିରଫ କରିଥିଲା। ଦଙ୍ଗା ପଛରେ ଥିବା ଭୟଙ୍କର ଷଡ଼ଯନ୍ତ୍ର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଦଙ୍ଗାରେ ୫୩ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଗିରଫ ପରେ ଖାଲିଦ ବାରମ୍ବାର ନିୟମିତ ବେଲ ପାଇଁ ଆବେଦନ କରିଥିଲେ ହେଁ ଦିଲ୍ଲୀ ପୁଲିସ୍‌ ଏହାକୁ ବିରୋଧ କରି ଆସୁଛି। ହେଲେ ଏବେ ତାଙ୍କୁ କୋର୍ଟ ଅସ୍ଥାୟୀ ଜାମିନ ଦେଇଛନ୍ତି।

JNU Delhi Umar Khalid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe