Advertisment

Blast In Delhi: ଲାଲକିଲ୍ଲା କାର୍‌ ପାର୍କିଂରେ ବୋମା ତିଆରି କରିଥିଲା ଉମର ନବି!

ବିସ୍ଫୋରଣ ପୂର୍ବରୁ ଉମର ଦୀର୍ଘ ୩ ଘଣ୍ଟା କରି କାର ସହ ଲାଲକିଲ୍ଲା ନିକଟ ପାର୍କିଂରେ ବସି ରହିଥିଲା। ଏବେ ଜଣାପଡ଼ିଛି ଯେ ସେହି ସର୍ବସାଧାରଣ ପାର୍କିଂରେ ହିଁ ସେ ବିସ୍ଫୋରକ ବ୍ୟବହାର କରି ବୋମା ତିଆରି କରିଥିଲା।

umar

ଆତଙ୍କୀ ଉମର

Advertisment

ଦିଲ୍ଲୀ ଲାଲକିଲ୍ଲା କାର୍‌ ବିସ୍ଫୋରଣ(Blast In Delhi)କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଲାଲକିଲ୍ଲାରେ କାର୍‌ ବୋମା ବିସ୍ଫୋରଣ କରିଥିବା ଉମର ମହମ୍ମଦ ଓରଫ ଉମର ଉନ ନବିକୁ ନେଇ ଆସିଛି ସାଂଘାତି ତଥ୍ୟ। ବିସ୍ଫୋରଣ ପୂର୍ବରୁ ଉମର ଦୀର୍ଘ ୩ ଘଣ୍ଟା କରି କାର ସହ ଲାଲକିଲ୍ଲା ନିକଟ ପାର୍କିଂରେ ବସି ରହିଥିଲା।

Advertisment

ଏବେ ଜଣାପଡ଼ିଛି ଯେ ସେହି ସର୍ବସାଧାରଣ ପାର୍କିଂରେ ହିଁ ସେ ବିସ୍ଫୋରକ ବ୍ୟବହାର କରି ବୋମା ତିଆରି କରିଥିଲା। ଏହାପରେ ସିଧା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ପାଖ ଟ୍ରାଫିକ ସିଗ୍ନାଲରେ କାର ସହ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। 

ବିସ୍ଫୋରଣ ପୂର୍ବରୁ ଉମରର କ’ଣ ସବୁ କରିଥିଲା, ତା’ର ଯାଞ୍ଚ କରାଯାଇଥିଲା। ଏହି ସମୟରେ ସେ ସୁନେହରି ମସଜିଦ ନିକଟ ପାର୍କିଂରେ ୩ ଘଣ୍ଟା କାର ଭିତରେ ସମୟ କାଟିଥିଲା ବୋଲି ଜଣାପଡ଼ିଥିଲା। ଏଠାରେ ୩ ଘଣ୍ଟା ଧରି ଉମର କାର ଭିତରେ କ’ଣ କରୁଥିଲା, ତାହା ହିଁ ଯାଞ୍ଚର ମୂଳ ପ୍ରଶ୍ନ ହୋଇ ରହିଥିଲା। ସିସିଟିଭିରୁ ଜଣାପଡ଼ିଥିଲା ଯେ ବିସ୍ଫୋରଣରେ ବ୍ୟବହୃତ ଆଇ-୨୦ କାର ଧରି ଉମର ୩.୧୯ରେ ପାର୍କିଂ ସ୍ଥଳକୁ ଯାଇଥିଲା।

Advertisment

ଏହାପରେ ସେଠାରୁ ପ୍ରାୟ ୬.୨୮ରେ କାର ସହ ବାହାରିଥିଲା। ପାର୍କିଂ ସ୍ଥଳରୁ ବାହାରିବା ପରେ ସନ୍ଧ୍ୟା ୬.୫୨ରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିଥିଲା। ପାର୍କିଂ ସ୍ଥଳରେ କାର ସହ ୩ ଘଣ୍ଟା ଧରି ରହିଥିବା ଉମର ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ବାହାରକୁ ବାହାରି ନଥିଲା। ସେହିପରି ସେଠାରେ ତା’କୁ କେହି ଭେଟି ମଧ୍ୟ ନଥିଲେ। 

ତଦନ୍ତରୁ ଜଣାପଡ଼ିଛି ଯେ ସୋମବାର ସକାଳୁ ଦିଲ୍ଲୀରେ ପ୍ରବେଶ କରିବା ପରେ ମଧ୍ୟ ଉମର ନିଜର ହ୍ୟାଣ୍ଡେଲର୍ସମାନଙ୍କ ସହ ଯୋଗାଯୋଗରେ ରହିଥିଲା। କେଉଁ ଅଞ୍ଚଳକୁ ଟାର୍ଗେଟ କରାଯିବ, ତାହା ହିଁ ଆଲୋଚନାର ଫୋକସରେ ରହିଥିଲା। ଉମର କାର ଧରି ମୟୂର ବିହାର ଓ କୌନଟ ପ୍ୟାଲେନ୍ସରେ ବୁଲିବା ପରେ ପୁରୁଣା ଦିଲ୍ଲୀ ଅଭିମୁଖେ ଯାଇଥିଲା।

ପ୍ରାଥମିକ ଭାବେ ବିସ୍ଫୋରଣ ପାଇଁ ଲାଲକିଲ୍ଲା ନିକଟ ପାର୍କିଂ ସ୍ଥଳକୁ ଚୟନ କରାଯାଇଥିଲା। କାରଣ ସବୁବେଳେ ଏଠାରେ ଭିଡ଼ ହୋଇଥାଏ ବୋଲି ଉମର ଓ ଆତଙ୍କୀ ଆକ୍କାମାନେ(Terrorist) ଜାଣିଥିଲେ। କିନ୍ତୁ ସେମାନଙ୍କୁ ଜଣା ନଥିଲା ଯେ ନଭେମ୍ବର ୧୦ ସୋମବାର ଥିଲା ଓ ସୋମବାର ଲାଲକିଲ୍ଲା ବନ୍ଦ ରହିଥାଏ।

ପାର୍କିଂ ସ୍ଥଳ ପ୍ରାୟତଃ ସେଦିନ ଫାଙ୍କା ରହିଥିଲା। ତେଣୁ ପାର୍କିଂ ବ୍ଲାଷ୍ଟ ମିଶନକୁ ଆଭର୍ଟ କରାଯାଇଥିଲା। ଏହାପରେ ଉମର ଓ ତା’ର ହ୍ୟାଣ୍ଡେଲର୍ସ ନେତାଜୀ ସୁଭାଷ ମାର୍ଗ ଭଳି ଭିଡ଼ ସ୍ଥାନରେ ବିସ୍ଫୋରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ଗୋଟିଏ ପାଖରେ ଲାଲକିଲ୍ଲା ଓ ଅନ୍ୟ ପାଖରେ ଚାନ୍ଦିନ ଚୌକ ରହିଛି। 

ବିସ୍ଫୋରଣ କରିବା ପୂର୍ବରୁ ଉମର ପାର୍କିଂ ସ୍ଥଳରେ ୩ ଘଣ୍ଟା ଧରି ରହିଥିଲା। ସେଠାରେ ସେ ବିସ୍ଫୋରକଗୁଡ଼ିକୁ ଏକାଠି କରି ବୋମା ପ୍ରସ୍ତୁତ କରିଥିଲା। ବୋମା ପ୍ରସ୍ତୁତ ହୋଇଗଲା କ୍ଷଣୀ ସେ ତୁରନ୍ତ ପାର୍କିଂ ସ୍ଥଳରୁ ବାହାରି ଯାଇ ସ୍ଥାନୀୟ ଟ୍ରାଫିକ ନିକଟରେ ଆତ୍ମଘାତୀ ହମଲା କରିଥିଲା। ଏଥିରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। 

Blast Delhi Blast In Delhi Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe