Advertisment

ଭାରତୀୟଙ୍କ ଆୟୁଷ ଓ ମୁଣ୍ଡ ପିଛା ଆୟ ବଢ଼ିଛି, ପ୍ରଶଂସା କଲା ମିଳିତ ଜାତିସଂଘ

୧୯୯୦ରେ ଭାରତର ଏଚଡିଆ ୦.୪୩୪ ପଏଣ୍ଟ ଥିଲା। ୨୦୨୨ ବେଳକୁ ଏଥିରେ ୪୮.୪% ସକାରାତ୍ମକ ପରିବର୍ତ୍ତନ ହୋଇଛି।

UN

UN

Advertisment

ଭାରତରେ ଲୋକଙ୍କ ହାରାହାରି ଆୟୁଷ ୨୦୨୨ରେ ୬୭.୭ ବର୍ଷ ରହିଛି। ବର୍ଷକ ତଳେ ଏହା ୬୨.୭ ରହିଥିଲା। ସେହିପରି ଭାରତୀୟଙ୍କ ମୋଟ ଜାତୀୟ ଆୟ (ଜିଏନଆଇ ମୁଣ୍ଡ ପିଛା) ମଧ୍ୟ ବର୍ଷକ ମଧ୍ୟରେ ୬.୩% ବଢ଼ି ୬୯୫୧ ଡଲାର ହୋଇଯାଇଛି। ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କ ବା ଏଚଡିଆଇ ରିପୋର୍ଟରେ ଏପରି କୁହାଯାଇଛି। ସେହିପରି ଭାରତର ଏପରି ଅଭିବୃଦ୍ଧିକୁ ପ୍ରଶଂସା କରାଯାଇଛି।

Advertisment

ଏଚଡିଆଇ ଜାରି କରିଥିବା ୧୯୩ ଦେଶର ତାଲିକାରେ ଭାରତର ସ୍ଥାନ ୧୩୪ ନମ୍ବରରେ ରହିଛି। ୨୦୨୨ରେ ଥିବା ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରକାଶ କରାଯାଇଛି। ଭାରତର ମୋଟ ଏଚଡିଆ ସ୍କୋର ହେଉଛି ୦.୬୪୪। ଏହି ପଏଣ୍ଟ ଆଧାରରେ ଭାରତ ମଧ୍ୟମ ମାନବ ବିକାଶ ଅର୍ଥ ମଧ୍ୟମ ଗତିରେ ମାନବ ବିକାଶ କରୁଥିବା ଦେଶର ତାଲିକାରେ ରହିଛି।

ମିଳିତ ଜାତିସଂଘ ପକ୍ଷରୁ ୨୦୨୩/୨୪ ଜାରି ରିପୋର୍ଟର ନାଁ ‘Breaking the Gridlock: Reimagining Cooperation in a Polarised World' ରଖାଯାଇଛି।

Advertisment

୧୯୯୦ରେ ଭାରତର ଏଚଡିଆ ୦.୪୩୪ ପଏଣ୍ଟ ଥିଲା। ୨୦୨୨ ବେଳକୁ ଏଥିରେ ୪୮.୪% ସକାରାତ୍ମକ ପରିବର୍ତ୍ତନ ହୋଇଛି। ମାନବ ବିକାଶ, ଦୀର୍ଘ ଓ ସୁସ୍ଥ ଜୀବନ, ଶିକ୍ଷାଧିକାର ଓ ଜୀବନ ଶୈଳୀର ମାନ ଭଳି ତଥ୍ୟକୁ ଆଧାର କରି ଏଚଡିଆଇ ପ୍ରସ୍ତୁତ କରାଯାଏ।

ମିଳିତ ଜାତିସଂଘର ବିକାଶମୂଳକ କାର୍ଯ୍ୟକ୍ରମର ପ୍ରତିନିଧି କାଇଟ୍ଲିନ ୱାଇଜନ କହିଛନ୍ତି, “ବିଗତ ବର୍ଷ ଗୁଡ଼ିକରେ ଭାରତ ମାନବ ବିକାଶରେ ଅହେତୁକ ପରିବର୍ତ୍ତନ କରିଛି।

୧୯୯୦ରୁ ଇତି ମଧ୍ୟରେ ଜୀବନ ଧାରଣ କ୍ଷମତା ୯.୧ ବର୍ଷ ବଢ଼ିଛି। ସ୍କୁଲ ଶିକ୍ଷାର ଆଶାତୀତ ବର୍ଷ ୪.୬କୁ ବଢ଼ିଛି। ଏହାର ଅର୍ଥ ସ୍କୁଲ ଶିକ୍ଷାର ଅଭିବୃଦ୍ଧି ୩.୮ ବର୍ଷକୁ ବଢ଼ିଛି। ଭାରତର ମୁଣ୍ଡ ପିଛା ଆୟ ପ୍ରାୟ ୨୮୭% ଅଭିବୃଦ୍ଧି ହୋଇଛି।”

ଭାରତ ବେଶ ଭଲ ଭାବେ ଲିଙ୍ଗଗତ ଅସମାନତାକୁ ଦୂର କରିବାକୁ ଚେଷ୍ଟା ଜାରି ରଖିଛି। ଭାରତର ଲିଙ୍ଗଗତ ଅସମାନତା ସୂଚକାଙ୍କ ବା ଜିଆଇଆଇ ୦.୪୩୭ ରହିଛି। ଏହା ବିଶ୍ୱର ଜିଆଇଆଇ ହାର ଠାରୁ ଢେର ଭଲ। ଭାରତ ଏହି ତାଲିକାରେ ଥିବା ୧୬୬ ଦେଶ ମଧ୍ୟରୁ ୧୦୮ ନମ୍ବରରେ ରହିଛି।

Odisha Reporter India UN
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe