Advertisment

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖିଲା ଜାତିସଂଘ

'ନିର୍ବାଚନ ସମୟରେ ସମସ୍ତଙ୍କ ରାଜନୈତିକ ତଥା ନାଗରିକ ଅଧିକାର ସୁରକ୍ଷା ଥିବ ବୋଲି ଭାବୁଛୁ।'

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ ଉପରେ ପ୍ରତିକ୍ରିୟା ରଖିଛି ମିଳିତ ଜାତିସଂଘ। ଜାତିସଂଘ କହିଛି, ଭାରତ ଏବଂ ଅନ୍ୟ ରାଷ୍ଟ୍ରର ନିର୍ବାଚନ ସମୟରେ ଲୋକଙ୍କ ରାଜନୈତିକ ତଥା ନାଗରିକ ଅଧିକାର ସୁରକ୍ଷା ଥିବ ବୋଲି ବିଶ୍ୱ ସଂସ୍ଥା ଆଶା ରଖିଛି। 

Advertisment

ଜାତିସଂଘର ମୁଖ୍ୟ ଶାସନ ସଚିବ ଆଣ୍ଟୋନି ଗୁଟେରସଙ୍କ ମୁଖପାତ୍ର ଷ୍ଟିଫେନ ଡୁଜେରିକ କହିଛନ୍ତି, "ଭାରତ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କର ନିର୍ବାଚନ ସମୟରେ ସମସ୍ତଙ୍କ ରାଜନୈତିକ ଏବଂ ମାନିବିକ ଅଧିକାର ସୁରକ୍ଷିତ ଥିବ ବୋଲି ଆମେ ଆଶା କରୁଛୁ। ନିର୍ବାଚନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଏକ ସ୍ୱଚ୍ଛ ଏବଂ ନିରପକ୍ଷ ପରିବେଶରେ ମତଦାନ କରିବାକୁ ସକ୍ଷମ ହେବେ।"

ଲୋକସଭା ନିର୍ବାଚନର କିଛି ଦିନ ପୂର୍ବରୁ ଦିଲ୍ଲୀର ମଦ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବାକୁ ନେଇ ସବୁଠି ଚର୍ଚ୍ଚା ହେଉଛି। ଚଳିତ ମାସ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ସେ ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ହେପାଜତରେ ଅଛନ୍ତି। 

Advertisment

ଗତକାଲି କେଜ୍ରିୱାଲଙ୍କ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଇଡି ତାଙ୍କୁ ପୁଣି ଏପ୍ରିଲ ୧ ଯାଏ ହେପାଜତକୁ ନେଇଛି। ସେପଟେ, ଆୟକର ବିଭାଗ କଂଗ୍ରେସ ବ୍ୟାଙ୍କ ଖାତା ଅଚଳ କରିଦେଇଛି। ନିର୍ବାଚନ ସମୟରେ ଜାଣିଶୁଣି ଆମ ଖାତା ଅଚଳ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। 

United Nation UN UN On Arvind Kejriwal Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe