Advertisment

ବାହା ହେବାକୁ ମିଳିଲେନି ଝିଅ, ଆତ୍ମହତ୍ୟା କରିଦେଲେ ଚାଷୀ

ପୁଲିସ୍‌ କହିଛି ଯେ ମଞ୍ଜୁନାଥ ଦୀର୍ଘ ୮ ବର୍ଷ ହେଲା ବେଶ ଗୁରୁତ୍ୱ ଦେଇ ବାହା ହେବାକୁ ଝିଅ ଖୋଜୁ ଥିଲେ। ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ବାହା ହେବାକୁ ଉପଯୁକ୍ତ ଝିଅଟିଏ ମିଳି ନଥିଲେ।

author-image
Hemant Lenka
Farmer

Farmer

ଦୀର୍ଘ ୮ ବର୍ଷ କାଳ ବାହା ହେବାକୁ ଝିଅ ଖୋଜି ନିରାଶ ହେବା ପରେ ଚରମ ପଦକ୍ଷେପ ନେଇଛନ୍ତି ଜଣେ ୩୬ ବର୍ଷୀୟ ଚାଷୀ। ବାହା ହେବାକୁ ଝିଅ ନ ମିଳିବାରୁ ସେ ବିଷ ପିଇ ଜୀବନ ହାରିଛନ୍ତି। କର୍ଣ୍ଣାଟକାର ହାଭେରି ଜିଲ୍ଲାରୁ ଏପରି ଖବର ଆସିଛି। ଆତ୍ମହତ୍ୟା କରିଥିବା ଚାଷୀ ଜଣଙ୍କ ହେଲେ ମଞ୍ଜୁନାଥ ନାଗାନୁର।

Advertisment

ପୁଲିସ୍‌ କହିଛି ଯେ ମଞ୍ଜୁନାଥ ଦୀର୍ଘ ୮ ବର୍ଷ ହେଲା ବେଶ ଗୁରୁତ୍ୱ ଦେଇ ବାହା ହେବାକୁ ଝିଅ ଖୋଜୁ ଥିଲେ। ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ବାହା ହେବାକୁ ଉପଯୁକ୍ତ ଝିଅଟିଏ ମିଳି ନଥିଲେ। ବୟସ ୩୬ ଛୁଇଁ ସାରିଥିବାରୁ ତାଙ୍କୁ ଆଉ ଝିଅ ମିଳିବେ ନାହିଁ ବୋଲି ମଧ୍ୟ ସେ ଆଶଙ୍କା କରିଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି।

ଆତ୍ମହତ୍ୟା କରିବା ପୂର୍ବରୁ ସେ ଗୋଟିଏ ଚିଠି ଲେଖି ନିଜର ବରକ୍ତି ଓ ହତାଶା ଭାବ ମଧ୍ୟ ସେଥିରେ ଉଲ୍ଲେଖ କରିଛନ୍ତି। ସେ ନିଜର ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ବାହା ହେବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଉପଯୁକ୍ତ ଝିଅ ମିଳୁ ନାହାନ୍ତି। ଏହା ତାଙ୍କ ବାପା ମା’ଙ୍କୁ ଅତ୍ୟନ୍ତ କଷ୍ଟ ଦେଉଛି।

Advertisment

ବାପା ମା’ଙ୍କ କଷ୍ଟ ଆଉ ସହି ହେଉନି। ଆଉ କିଛି ଉପାୟ ମଧ୍ୟ ନାହିଁ। ବୟସ ୩୬ ହୋଇ ସାରିଲାଣି। ତେଣୁ ସେ ଜୀବନ ହାରୁଥିବା କଥା ସୁଇସାଇଡ ନୋଟରେ ଲେଖିଛନ୍ତି। ପୁଲିସ୍‌ ଗୋଟିଏ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।

Bribe Farmer Suicide