Advertisment

ଭଣଜା ବିବାହ ଉତ୍ସବରେ ନାଚୁଥିଲେ ମାମୁ, ଟଳି ପଡ଼ିଲେ

ନିଜ ଭଣଜା ବିବାହର ବିଭିନ୍ନ ରୀତିନିତୀ ପାଳନ କରୁଥିବା ବେଳେ ହଠାତ୍‌ ଟଳି ପଡ଼ିଲେ ମାମୁ। ଆଉ ଉଠିଲେ ନାହିଁ।

author-image
Niharika Rout
Heart Attack

Heart Attack

ଭଣଜା ବିବାହକୁ ଆସିଥିଲେ ମାମୁ । ଖୁସିରେ ପାଦ ତଳେ ଲାଗୁ ନ ଥିଲା। ନିଜ ଭଣଜା ବିବାହର ବିଭିନ୍ନ ରୀତିନିତୀ ପାଳନ କରୁଥିବା ବେଳେ ହଠାତ୍‌ ଟଳି ପଡ଼ିଲେ ମାମୁ। ଆଉ ଉଠିଲେ ନାହିଁ। ଫଳରେ ହସଖୁସିର ପରିବେଶ ହଠାତ୍‌ କାନ୍ଦ ବୋବାଳିରେ ଫାଟି ପଡ଼ିଲା।

Advertisment

ଏପରି ଏକ ଅଭାବନୀୟ ଘଟଣା ରାଜସ୍ଥାନର ଝୁନଝୁନୁ ଜିଲ୍ଲାର ନବଲଗଡ଼ ଅଞ୍ଚଳରେ ଘଟିଛି। ମୃତକ ହେଲେ କମଳେଶ । ନିଜ ଭଣଜାର ବିବାହ ଉତ୍ସବରେ ଯୋଗ ଦେବାକୁ କମଳେଶ ପରିବାର ସହ ଲୋଛବା ଯାଇଥିଲେ। ସେଠାରେ ସେ କିଛି ରୀତିନୀତି ପାଳନ କରୁଥିବା ବେଳେ ମୁଣ୍ଡ ଉପରେ ହାଣ୍ଡି ରଖି ନାଚୁଥିଲେ।

ଉକ୍ତ ସମୟରେ ହଠାତ୍‌ କମଳେଶ ଅଚେତ ହୋଇ ତଳେ ପଡ଼ିଗଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ କମଳେଶଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

Advertisment

କମଳେଶଙ୍କ ମୃତ୍ୟୁ ପରେ ପରିବାରରେ ହଠାତ୍‌ ଦୁଃଖର କଳା ବାଦଲ ଘୋଟି ଆସିଲା। ଯେଉଁ ଘର ହସଖୁସିରେ ଫାଟି ପଡ଼ୁଥିଲା, ସେଠାରେ ହଠାତ୍‌ ନୀରବତା ଛାଇଗଲା। କମଳେଙ୍କ ଶେଷକୃତ୍ୟ ସମ୍ପନ୍ନ ପରେ ତାଙ୍କ ଭଣଜାଙ୍କ ବିବାହ ସମ୍ପନ୍ନ ହୋଇଥିବା ଜଣାଯାଇଛି।

Rajasthan Marriage Hearth Attack