Advertisment

ଖୁବଶୀଘ୍ର ସିନ୍ଦେଙ୍କ ଶାସନର ପତନ ହେବ: ଆଦିତ୍ୟ ଠାକରେ

ଆଦିତ୍ୟ ଠାକରେ ବୁଧବାର ମହାରାଷ୍ଟ୍ରର ସିନ୍ଦେ ସରକାରକୁ ନିଶାନା କରିଛନ୍ତି।

ଅଦ୍ୟତନ ହୋଇଛି
Aaditya Thackeray

Aaditya Thackeray

Advertisment

ଶିବସେନା ନେତା ତଥା ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ବୁଧବାର ମହାରାଷ୍ଟ୍ରର ସିନ୍ଦେ ସରକାରକୁ ନିଶାନା କରିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଚାଲିଥିବା ସରକାର ଅସାମ୍ବିଧାନିକ। ଏହି ସରକାରର ତୁରନ୍ତ ପତନ ଘଟିବ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରର ଜଲନା ଜିଲ୍ଲାର ବାଦାନପୁରରେ ଶିବ ସମ୍ବାଦ ଯାତ୍ରାରେ ଯୋଗ ଦେଇ ଆଦିତ୍ୟଠାକରେ କହିଛନ୍ତି ଯେ, ରାଜ୍ୟ ସରକାର କେମିତି ଚାଲୁଛି ତାହା ରାଜ୍ୟବାସୀ ଜାଣିଛନ୍ତି ।

Advertisment

ଏହି ଅସାମ୍ବିଧାନିକ ସରକାର ବେଶୀ ଦିନ ତିଷ୍ଟିବ ନାହିଁ ବୋଲି ସେ କହିଛନ୍ତି। ଖୁବଶୀଘ୍ର ଏହି ସରକାର ପତନ ଘଟିବ। ଆସନ୍ତା ଫେବୃଆରୀ ୧୪ରେ ଶିବସେନାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ଦଳବଦଳ ନେଇ ସୁପ୍ରିମକୋର୍ଟରେ ଶୁଣାଣିଥିବା ବେଳେ ତାପୂର୍ବରୁ ଆଦିତ୍ୟଙ୍କ ଏହି ମନ୍ତବ୍ୟ ଆସିଛି। ଗତ ବର୍ଷ ଜୁନ ମାସରେ ଶିବସେନାରେ ବିଦ୍ରୋହୀ ନେତା ଭାବେ ଉଭା ହୋଇଥିଲେ ଏକନାଥ ସିନ୍ଦେ। ଏଥିସହ ଶିବସେନାର ଏକାଧିକ ବିଧାକୟଙ୍କୁ ନିଜ ସପକ୍ଷରେ ନେବାକୁ ସମର୍ଥ ହୋଇଥିବା ଏକନାଥ ପରବର୍ତ୍ତୀ ସମୟରେ ଶାସନ ଗାଦି ଅପହରଣ କରିବାରେ ସଫଳ ହୋଥିଲେ। ବିଜେପି ବିଧାୟକଙ୍କ ସମର୍ଥନରେ ସରକାରର ଗଠନ କରିଥିଲେ ଏକନାଥ ସିନ୍ଦେ। ଆଦିତ୍ୟ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ଏକକନାଥ ସିନ୍ଦେଙ୍କୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କୁ ବିତାଡ଼ିତ କରିବା ପାଇଁ ସାହାସ ର କହିଥିଲି। କାରଣ ରାଜ୍ୟପାଳ ରାଜ୍ୟର ପ୍ରତିଷ୍ଟିତ ତଥା ସମ୍ମାନସ୍ପଦ ବ୍ୟକ୍ତିଙ୍କୁ ଅପମାନିତ କରିଥିଲେ। ସେ ରାଜ୍ୟର ଲୋକପ୍ରିୟ କିମ୍ବଦନ୍ତୀଙ୍କୁ ଅପମାନିତ କରିଛନ୍ତି।

କିନ୍ତୁ ସିନ୍ଧେ ଗୋଟିଏ ଶବ୍ଦ ମଧ୍ୟ କହି ନାହାଁନ୍ତି ବୋଲି ଆଦିତ୍ୟ ଠାକରେ କହିଛନ୍ତି। ଏମିତିକି ଛତ୍ରପତି ଶିବାଜୀଙ୍କୁ ମଧ୍ୟ ରାଜ୍ୟପାଳ ଅପମାନିତ କରିଛନ୍ତି। ଆଦିତ୍ୟ ଠାକରେ ଏହା ମଧ୍ୟ କହିଛନ୍ତି ଯେ, ମୁମ୍ବାଇ କିମ୍ବା ଥାଣେର ୱର୍ଲି ଆସନରୁ ତାଙ୍କ ବିରୋଧରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଚାଲେଞ୍ଜ କରିଛନ୍ତି। ସେ ୱର୍ଲି ବିଧାନସଭା ଆସନକୁ ପ୍ରତିନିଧିତ୍ୱ କରୁଥିବାବେଳେ ଥାଣେରେ ମୁଖ୍ୟମନ୍ତ୍ରୀଙ୍କ ଘର। ସିନ୍ଦେ -ବିଜେପି ସରକାର ଜନସାଧାରଣଙ୍କ ଟଙ୍କା ନଷ୍ଟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment
Bjp Maharashtra Govt Shiv Sena Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe