Advertisment

କଲଭର୍ଟରେ ପିଟି ହୋଇ ଜଳିଗଲା କାର୍‌, ଜୀଅନ୍ତା ଜଳିଗଲେ ଚାଳକ

ଆଖି ପିଛୁଳାକେ କାର୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିବା ବେଳେ ତା’ ଭିତରେ ଥିବା ଅତୁଲ ବାହାରି ପାରି ନ ଥିଲେ। ଫଳରେ କାର୍‌ ସହ ସିଏ ବି ଜଳି ଯାଇଥିଲେ।

Accident

Accident

Advertisment

ଦ୍ରୁତ ଗତିରେ ଯାଉଥିଲା କାର୍‌। ମାତ୍ର ହଠାତ୍‌ ଗାଡ଼ି ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ତାହା ଏକ କଲଭର୍ଟରେ ପିଟି ହୋଇ ଯାଇଥିଲା। ଏହାପରେ କାର୍‌ଟି ହୁତୁହୁତୁ ହୋଇ ଜଳିଥିବା ବେଳେ ତା’ ଭିତରେ ଥିବା ଚାଳକ ବି ଜୀବନ୍ତ ଜଳି ଯାଇଥିଲେ। ଏପରି ଏକ ଭୟଙ୍କର ଦୁର୍ଘଟଣା ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଘଟିଛି।

Advertisment

ମୃତକ ଯୁବକଙ୍କ ନାମ ଅତୁଲ ଓ ତାଙ୍କ ଘର ହରଦାରେ ବୋଲି ଜଣାଯାଇଛି। ଗତକାଲି ରାତି ପ୍ରାୟ ୯ଟା ପରେ ଏହି ଦୁର୍ଘଟଣା ଘଟିଛି। ଗତ ରାତିରେ ଅତୁଲ କାର୍‌ ଯୋଗେ ଦ୍ରୁତ ଗତିରେ ଯାଉଥିଲେ । କାର୍‌ଟି ମଗରଧା ଅଭିମୁଖେ ଯାଉଥିଲା। ମାତ୍ର ବୁନ୍ଦଡା ଗାଁ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଏକ କଲଭର୍ଟରେ ପିଟି ହୋଇ ଯାଇଥିଲା।

ଏହାପରେ ଆଖି ପିଛୁଳାକେ କାର୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିବା ବେଳେ ତା’ ଭିତରେ ଥିବା ଅତୁଲ ବାହାରି ପାରି ନ ଥିଲେ। ଫଳରେ କାର୍‌ ସହ ସିଏ ବି ଜଳି ଯାଇଥିଲେ।

Advertisment

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ଏହାପରେ କାର୍‌ର ନିଆଁକୁ ଲିଭାଯାଇଥିବା ବେଳେ ତା’ ଭିତରୁ ଅତୁଲଙ୍କ ମୃତଦେହକୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। 

Road Accident Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe