Bridge Collapses
ଭୁଶୁଡ଼ି ପଡିଲା ନିର୍ମାଣାଧୀନ ଓଭରବ୍ରିଜର ସ୍ଲାବ୍। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗୁଜରାଟ ବନାସକାଣ୍ଠା ଜିଲ୍ଲା ପାଲନପୁର ସ୍ଥିତ RTO ସର୍କଲ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ମୁତାବକ, ଏକ ନିର୍ମାଣାଧୀନ ଓଭରବ୍ରିଜର ୫୦ ମିଟର ଲମ୍ବା ସ୍ଲାବ ଭାଙ୍ଗି ଯାଇଛି। ସ୍ଲାବ ତଳେ ରିକ୍ସା ଓ ଟ୍ରାକ୍ଟର ଦବି ରହିବା ଫଳରେ ଘଟଣାସ୍ଥଳରେ ହିଁ ରିକ୍ସା ଚାଳକଙ୍କ ମୃତ୍ୟୁ ହୋଇଛି। ସେହିପରି ରିକ୍ସା ଭିତରେ ବସିଥିବା ଜଣେ ଯୁବକ ମଧ୍ୟ ପ୍ରାଣ ହରାଇଛନ୍ତି।
ଓଭରବ୍ରିଜର ୫ଟି ସ୍ଲାବ ଏକାଥରକେ ଖସିପଡିବା ଫଳରେ ରିକ୍ସା ଭିତରେ ବସିଥିବା ଯୁବକ ସେଠାରୁ ଖସିଯିବା ପାଇଁ ଆଉ ସମୟ ପାଇ ପାରିନଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୃଶ୍ୟ ବେଶ୍ ଭୟଙ୍କର ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି।
ସେପଟେ ଘଟଣାସ୍ଥଳରେ ଏସ୍ ପି, ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଟ୍ରାକ୍ଟର ଚାଳକଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଣ ନିର୍ମାଣାଧୀନ ବ୍ରିଜ ଭାଙ୍ଗିବା ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଗୁଜରାଟର ଏହା ସବୁଠୁ ଉଚ୍ଚତମ ବ୍ରିଜ ଥିବା କୁହାଯାଉଛି। ବ୍ରିଜର ସ୍ଲାଭ ଭାଙ୍ଗିବା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସ୍ଲାବ ତଳେ ଚାପି ହୋଇ ରିକ୍ସ ଚାଳକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାକୁ ନେଇ ବଡଗାମରୁ କଂଗ୍ରେସ ବିଧାୟକ ଜିଗ୍ନେଶ ମେଓ୍ୱାଣି ସରକାରଙ୍କୁ ନିନ୍ଦା କରିଛନ୍ତି। ତୁରନ୍ତ ଏହି ମାମଲାର ଏଫ୍ଆଇଆର୍ ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିବାକୁ ସେ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1698130963.jpg)