Advertisment

ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ବହୁ ଶ୍ରମିକ

ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Kannauj Railway Station Building Collapses

Kannauj Railway Station Building Collapses

ଉତ୍ତରପ୍ରଦେଶରେ ବଡ଼ ଅଘଟଣ। କନୌଜ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ଏଥିରେ କାମ କରୁଥିବା ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ପ୍ରାୟ ୨୫ ଜଣ ଫସି ରହିଥିବା ପୁଲିସ ସୂଚନା ଦେଇଛି।

Advertisment

ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଉଦ୍ଧାର ପରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଉଦ୍ଧାର ଆହତଙ୍କୁ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ କନୌଜ ରେଲୱେ ଷ୍ଟେସନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ଅଧୀନରେ ଷ୍ଟେସନରେ ଏକ ଦୁଇ ମହଲା ବିଶିଷ୍ଟ କୋଠା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଶନିବାର ପ୍ରାୟ ୫୦ ଜଣ ଶ୍ରମିକ ଏହି ନିର୍ମାଣ କାର୍ଯ୍ୟରେ ଲାଗିଥିବାବେଳେ କୋଠାଟି ଭୁଶୁଡ଼ି ଯାଇଥିଲା। ଘଟଣାସ୍ଥଳରେ ଏନଡିଆରଏଫ୍, ଏସଡିଆରଏଫ ସମେତ ରେଲୱେ ଓ ପୁଲିସ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

Advertisment
Uttar Pradesh News Kannauj Railway Station Kannauj Station Building Collapses