Advertisment

ଭୁଶୁଡିଲା ନିର୍ମାଣାଧୀନ ଟନେଲ୍, ଫସିଛନ୍ତି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ

ସମଗ୍ର ଦେଶରେ ଦୀପାବଳି ମାହୋଲ ଥିବାବେଳେ ଉତ୍ତରାଖଣ୍ଡରେ ଘଟିଛି ଏକ ଦୁଃଖଦ ଘଟଣା।

ଅଦ୍ୟତନ ହୋଇଛି
Incident Place

Incident Place

Advertisment

ସମଗ୍ର ଦେଶ ଦୀପାବଳି ମନାଉ ଥିବାବେଳେ ଉତ୍ତରାଖଣ୍ଡରେ ଘଟିଛି ଏକ ଦୁଃଖଦ ଘଟଣା। ଶ୍ରମିକ ନିୟୋଜିତ ଥିବା ସମୟରେ ଭୁଶୁଡି ପଡିଛି ଏକ ନିର୍ମାଣାଧୀନ ଟନେଲ୍। ପ୍ରାଥମିକ ରିପୋର୍ଟ ଅନୁସାରେ, ଟନେଲ୍ ଭଗ୍ନାବଶେଷ ତଳେ ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି। ଉଦ୍ଧାକ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଟିମ୍।

Advertisment

ସୂଚନା ଅନୁସାରେ, ସିଲ୍କିୟାରାରୁ ଉତ୍ତରାଖଣ୍ଡ ଉତ୍ତରକାଶିର ଦଣ୍ଡଲଗାାଁକୁ ସଂଯୋଗ କରିବା ପାଇଁ ଏହି ଟନେଲ(ସୁଡଙ୍ଗ) ନିର୍ମାଣ କରାଯାଉଥିଲା। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଚାଲିଥିଲା ନିର୍ମାଣ କାର୍ଯ୍ୟ। ଏହି ଟନେଲ୍ ମାଧ୍ୟମରେ ଉତ୍ତରକାଶିରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ 26 କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ ନିର୍ମାଣାଧୀନ ଅବସ୍ଥାରେ ଟନେଲଟି ଭୁଶୁଡି ପଡିଛି।

ପୁଲିସ ସୂଚନା ଅନୁସାରେ, ଆଜି ଭୋଅର ପ୍ରାୟ ୪ଟା ସମୟରେ ଭୁଶୁଡି ପଡିଥିଲା ଟନେଲ। ସାଢେ ଚାରି କିଲୋମିଟର ଲମ୍ବର ଟନେଲର ୧୫୦ ମିଟର ଲମ୍ବର ଅଂଶ ଭୁଶୁଡ଼ି ପଡ଼ିଛି। ଏନେଇ ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଏକ ସତର୍କ ସୂଚନା ଜାରି କରିଛି। ଉତ୍ତରକାଶୀ ପୁଲିସ ଅଧୀକ୍ଷକ ଅରପାନ ଯଦୁବଂଶୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (SDRF) ଏବଂ ପୁଲିସ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment

ଖବର ଅନୁଯାୟୀ, ପ୍ରାୟ ୪୦ ଜଣ ଶ୍ରମିକ ଫସି ରହିଛନ୍ତି। ଟନେଲ ଖୋଳିବା ପାଇଁ ପ୍ରାୟ ୨୦୦ମିଟର ସ୍ଲାବ ସଫା କରିବାକୁ ପଡିବ। ଫସି ରହିଥିବା ଶ୍ରମିକଙ୍କ ନିଶ୍ୱାସ ପ୍ରଶ୍ୱାସ ସୁବିଧା ପାଇଁ ଟନେଲରେ ଏକ ଅମ୍ଳଜାନ ପାଇପ୍ ଭର୍ତ୍ତି କରିବାର ଯୋଜନା କରାଯାଉଛି। ଉଦ୍ଧାର ସମୟରେ ଯେପରି କୌଣସି ବିପଦ ନ ଘଟେ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି। 

Tunnel Collapses In Uttarakhand Tunnel Collapses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe