Advertisment

ଦେବୀ ସରସ୍ୱତୀଙ୍କ ଶାଢ଼ୀ ପିନ୍ଧି ନଥିବା ମୂର୍ତ୍ତିକୁ ନେଇ ହଙ୍ଗାମା

ଏହି ରୂପରେ ଦେବୀ ସରସ୍ୱତୀଙ୍କୁ ପୂଜା କରିବା ବେଶ୍‌ ଅଶ୍ଳୀଳ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।

Saraswati-Idol-Without-Saree

Saraswati-Idol-Without-Saree

Advertisment

ଦେବୀ ସରସ୍ୱତୀଙ୍କ ମୂର୍ତ୍ତିକୁ ନେଇ ବିବାଦ। ଶାଢ଼ୀ ପିନ୍ଧାଇ ନଥିବାରୁ ଜୋରଦାର ହଙ୍ଗାମା। ବସନ୍ତ ପଞ୍ଚମୀ ଦିନ ସରସ୍ୱତୀଙ୍କ ବିନା ଶାଢ଼ୀ ଯୁକ୍ତ ମୂର୍ତ୍ତିକୁ ପୂଜା କରିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ତ୍ରିପୁରାର ଅଗରତାଲାର ଏକ ସରକାରୀ କଲେଜରେ ଘଟିଛି ଏଭଳି କିଛି ଘଟଣା।

Advertisment

ଅଗରତାଲାର ଏକ ସରକାରୀ କଲେଜରେ ସରସ୍ୱତୀ ପୂଜା ଦିନ ମା' ସରସ୍ୱତୀଙ୍କ ବିନା ଶାଢ଼ୀଯୁକ୍ତ ପ୍ରତିମାକୁ ପୂଜା କରାଯାଇଥିଲା। ଏହାର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଏବିଭିପି ଓ ବଜରଙ୍ଗ ଦଳର କର୍ମୀମାନେ ଆପତ୍ତି ଉଠାଇଛନ୍ତି। ଜୋରଦାର ବିରୋଧ ପ୍ରଦର୍ଶନ କରିବା ସହ ପ୍ରବଳ ହଙ୍ଗାମା ହୋଇଛି। ଏବିଭିପି ପାରମ୍ପିକର ଭାରତୀୟ ପୋଷାକ ପିନ୍ଧି ନଥିବା ମୂର୍ତ୍ତିକୁ କଥିତ ରୂପେ ଅଶ୍ଳୀଳ ବୋଲି କହିଛି। ଆୟୋଜକଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି ଉଭୟ ଏବିଭିପି ଓ ବଜରଙ୍ଗ ଦଳ। ଏହାପରେ ଏବିଭିପିର କିଛି କର୍ମୀମାନେ ଦେବୀ ସରସ୍ୱତୀଙ୍କ ମୂର୍ତ୍ତିରେ ଶାଢ଼ୀ ପିନ୍ଧାଇଛନ୍ତି।

ତ୍ରିପୁରାର ଏବିଭିପି ମହାସଚିବ ଦିବାକର ଆଚାର୍ଯ୍ୟ ଦେବୀ ସରସ୍ୱତରଙ୍କ ଭୁଲ୍‌ ଚିତ୍ରଣକୁ ନେଇ କଡା ବିରୋଧ କରିବା ସହ ଆପତ୍ତି ଉଠାଇଛନ୍ତି। ଏହି ରୂପରେ ଦେବୀ ସରସ୍ୱତୀଙ୍କୁ ପୂଜା କରିବା ବେଶ୍‌ ଅଶ୍ଳୀଳ। ସାରା ଦେଶରେ ଦେବୀ ସରସ୍ୱତୀଙ୍କ ମାନ୍ୟତା ରହିଛି ଓ ତାଙ୍କୁ ଆମେ ପୂଜା କରୁ। ବିଶେଷ ରୂପେ ବସନ୍ତ ପଞ୍ଚମୀ ଦିନ ମା' ସରସ୍ୱତୀଙ୍କୁ ପୂଜା କରାଯାଏ। ସରକାରୀ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରେ ଦେବୀ ସରସ୍ୱତୀଙ୍କ ଯେଉଁ ମୂର୍ତ୍ତି ଲଗାଯାଇଛି ତାହା ବେଶ ଆପତ୍ତିଜନକ।ଏହାକୁ ଅଶ୍ଳୀଳ ରୂପେ ତିଆରି କରାଯାଇଛି ବୋଲି ସେ କହିଛନ୍ତି।

Advertisment

ବିକ୍ଷୋଭକାରୀମାନେ କଲେଜ ପରିସରରେ ଥିବା ସରସ୍ୱତୀ ଦେବୀଙ୍କ ମୂର୍ତ୍ତିରେ ଶାଢ଼ୀ ପିନ୍ଧାଇବାକୁ ଦାବି କରିଛନ୍ତି। ଏଥିସହ ଛାତ୍ର ସଙ୍ଗଠନ ଏବିଭିପି କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏହି ମାମଲାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି।

ସେପଟେ ବିବାଦ ବଢ଼ିବା ପରେ କଲେଜ କର୍ତ୍ତୃପକ୍ଷ ଉକ୍ତ ସରସ୍ୱତୀଙ୍କ ମୂର୍ତ୍ତିକୁ ହଟାଇ ଦେଇଛି। ସେହି ସ୍ଥାନରେ ଆଉ ଏକ ମୂର୍ତ୍ତିକୁ ସ୍ଥାପନ କରାଯାଇଛି।  ପୂଜା ପେଣ୍ଡାଲ ପଛପଟେ ବିବାଦୀୟ ମୂର୍ତ୍ତିରେ ପ୍ଲାଷ୍ଟିକ ଢ଼ାଙ୍କି ଘୋଡାଇ ଦିଆଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଏନେଇ କଲେଜ ପ୍ରଶାସନ, ଏବିଭିପି କିମ୍ବା ବଜରଙ୍ଗ ଦଳ ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇ ନାହିଁ।

ABVP Saraswati Idol Row Tripura Saraswati Puja Agartala Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe