Advertisment

ମୌସୁମୀ ଅଧିବେଶନ ବେଳେ ସଂସଦରେ ଆସିବ ୟୁନିଫର୍ମ ସିଭିଲ କୋଡ ବିଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ତଳେ ଦେଶରେ ୟୁସିସିର ଆବଶ୍ୟକତା ରହିଥିବା କହିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ବିରୋଧୀ କଂଗ୍ରେସ ସମେତ ଏକାଧିକ ଦଳ ଏହାର ଆବଶ୍ୟକତା ନଥିବା କହିଛନ୍ତି।

UCC

UCC

Advertisment

ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏ ସଂକ୍ରାନ୍ତ ବିଲ୍‌କୁ କେନ୍ଦ୍ର ସରକାର ଆସନ୍ତା ମାସରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ବେଳେ ଗୃହରେ ଆଗତ କରିବେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ତଳେ ଦେଶରେ ୟୁସିସିର ଆବଶ୍ୟକତା ରହିଥିବା କହିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ବିରୋଧୀ କଂଗ୍ରେସ ସମେତ ଏକାଧିକ ଦଳ ଏହାର ଆବଶ୍ୟକତା ନଥିବା କହିଛନ୍ତି। ତଥାପି କେନ୍ଦ୍ର ସରକାର ଏହାକୁ ସଂସଦରେ ଆଗତ କରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଲାଗୁ କରିବା ମୁଡରେ ଅଛନ୍ତି।

ତେବେ ଏହି ବିଲ୍‌କୁ ସଂସଦର ଷ୍ଟାଣ୍ଡିଂ କମିଟି ପାଖକୁ ପଠାଯାଇପାରେ। କମିଟି ବିଭିନ୍ନ ସଂଗଠନ ଓ ଅଂଶିଦାରଙ୍କ ସହ ୟୁନିଫର୍ମ ସିଭିଲ କୋଡ୍‌ ସମ୍ପର୍କରେ ଆଲୋଚନା କରିବ। ଆଇନ କମିଶନ ମଧ୍ୟ ନିକଟରେ ବିଭିନ୍ନ ପକ୍ଷକୁ ୟୁସିସି ବାବଦରେ ନିଜର ମତାମତ ରଖିବାକୁ କହିଥିଲେ। ସମସ୍ତଙ୍କ ମତାମତ ମିଳିବା ପରେ ଏହା ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।  

Advertisment

ଜୁଲାଇ ତୃତୀୟ ସପ୍ତାହରେ ମୌସୁମୀ ଅଧିବେଶନ ଆରମ୍ଭ ହେବ। ପ୍ରଥମେ ଅଧିବେଶ ସଂସଦର ପୁରୁଣା ବିଲଡିଂରେ ଚାଲିବ। କିଛି ଦିନ ପରେ ନୂଆ କରି ଉଦଘାଟିତ ହୋଇଥିବା ସଂସଦ ଭବନକୁ ସାଂସଦମାନେ ଯିବେ ବୋଲି ଜଣାପଡ଼ିଛି।

ମଙ୍ଗଳବାର ମଧ୍ୟପ୍ରଦେଶର ଭୋପାଲରେ ବିଜେପି କର୍ମୀଙ୍କୁ ସମ୍ବୋଧନ କରି ମୋଦି କହିଥିଲେ ଯେ “ଆଜିକା ଦିନରେ ଲୋକଙ୍କୁ ୟୁସିସି ନାଁରେ ଉସକା ଯାଉଛି। ଦେଶ କେମିତି ଦୁଇଟି ଆଇନରେ ପରିଚାଳିତ ହେବ? ସମ୍ବିଧାନ ମଧ୍ୟ ସମାନ ଅଧିକାର କଥା କହିଛି। ସୁପ୍ରିମକୋର୍ଟ ୟୁସିସି କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଏହି (ବିରୋଧୀ) ଲୋକମାନେ ଉକ୍ତ ପ୍ରସଙ୍ଗକୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି। ବିଜେପି ଭୋଟ ବ୍ୟାଙ୍କ ଓ ତୁଷ୍ଟୀକରଣ ଭଳି ରାଜନୀତି ନ କରିବାକୁ ନିଷ୍ପତ୍ତି ନେଇଛି।”

ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଓ ଜାତି ନିର୍ବିଶେଷରେ ଗୋଟିଏ ପ୍ରକାରର ନିୟମରେ ବାନ୍ଧି ହୋଇ ରହିବାକୁ ୟୁସିସିରେ ବ୍ୟବସ୍ଥା ରହିଛି। ବାହାଘର, ପୋଷ୍ୟଗ୍ରହଣ, ବିବାହ ବିଚ୍ଛେଦ ଓ ପରମ୍ପରା ଆଦି ନିୟମ ସମସ୍ତଙ୍କ ପାଇଁ ସମାନ ରଖିବାକୁ ୟୁସିସିରେ ବ୍ୟବସ୍ଥା କରାଯିବ।

PM Modi Uniform Civil Code
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe